ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଜସରାଜଙ୍କ ପରଲୋକ
ନୂଆଦିଲ୍ଲୀ:ମହାନ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଜସରାଜଙ୍କ ହୃଦଘାତ କାରଣରୁ ଆଜି ସୋମବାର ଆମେରିକାରେ ଦେହାନ୍ତ ହୋଇଯାଇଛି। କରୋନା ଭୂତାଣୁ ମହାମାରୀ ଯୋଗୁଁ ଲକଡାଉନ୍ ପରଠାରୁ ପଣ୍ଡିତ ଜସରାଜ ନ୍ୟୁ ଜର୍ସିରେ ଥିଲେ। ଆମେରିକାର ନ୍ୟୁ ଜର୍ସି ସ୍ଥିତ ତାଙ୍କ ବାସଭବନରେ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି।
ଚଳିତ ବର୍ଷ ଜାନୁଆରୀରେ ନିଜର ୯୦ତମ ଜନ୍ମଦିନ ପାଳନ କରିଥିବା ପଣ୍ଡିତ ଜସରାଜ ଫେସବୁକ୍ ଲାଇଭ୍ ମାଧ୍ୟମରେ ବାରାଣାସୀର ସଙ୍କଟ ମୋଚନ ହନୁମାନ ମନ୍ଦିର ପାଇଁ ଏପ୍ରିଲ୍ ୯ରେ ହନୁମାନ ଜୟନ୍ତୀ ଉପରେ ତାଙ୍କର ଶେଷ ଉପସ୍ଥାପନା କରିଥିଲେ। ପଣ୍ଡିତ ଜସରାଜଙ୍କ ମୃତ୍ୟୁ ହେତୁ ସଙ୍ଗୀତ ଜଗତ ଏକ ବଡ଼ କ୍ଷତି ସହିଛି। ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ଶୋକ ପ୍ରକାଶ କରିଛନ୍ତି।