ରାଜ୍ୟରେ ଆଜି ୨୫୯୦ଜଣ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ଵର: ରାଜ୍ୟରେ ଆଜି ୨୫୯୦ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୯୬ ହଜାର ୩୬୪ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।
ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ କଟକ ଜିଲ୍ଲାରୁ ୪୩୧ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ୩୮୬ ଜଣ, ଗଞ୍ଜାମ ଜିଲ୍ଲାରୁ ୧୪୨ ଜଣ, ମୟୁରଭଞ୍ଜ ୨୦୨ ଜଣ, ରାୟଗଡାରୁ ୧୨୦ଜଣ, କୋରାପୁଟରୁ୧୦୮ ଜଣ, ପୁରୀରୁ ୧୦୫ ଜଣ, ଜଗତସିଂପୁରରୁ ୭୮ ଜଣ, ଭଦ୍ରକ ଓ ଯାଜପୁରରୁ ୭୭ଜଣ ଲେଖାଏଁ , କେନ୍ଦ୍ରାପଡାରୁ ୭୫ ଜଣ, ବରଗଡ଼ରୁ ୭୨ ଜଣ, ବାଲେଶ୍ଵର ଓ ସମ୍ବଲପୁରରୁ ୭୧ ଜଣ ଲେଖାଏଁ , କେଉଁଝରରୁ ୬୮ଜଣ, ନୟାଗଡରୁ୬୭ ଜଣ, ମାଲକାନଗିରି ଜିଲ୍ଲାରୁ ୬୧ଜଣ, ଢେଙ୍କାନାଳରୁ ୫୯ ଜଣ, ନବରଙ୍ଗପୁରରୁ ୫୭ ଜଣ,ବଲାଙ୍ଗୀରରୁ ୫୪ ଜଣ, ଝାରସୁଗୁଡାରୁ ୪୪ ଜଣ,ବୌଦ୍ଧ ରୁ ୩୪ ଜଣ, ସୋନପୁର ଓ ସୁନ୍ଦରଗଡ ଜିଲ୍ଲାରୁ ୩୦ ଜଣଲେଖାଏଁ, କଳାହାଣ୍ଡି ଜିଲାରୁ ୨୪ ଜଣ, ଗଜପତିରୁ ୨୦ଜଣ, କନ୍ଧମାଳରୁ ୧୦ଜଣ, ନୂଆପଡ଼ାରୁ ୭ ଜଣ,ଅନୁଗୋଳରୁ ୬ ଜଣ ଏବଂ ଦେଓଗଡରୁ ୪ ଜଣ ସୁସ୍ଥ ହୋଇଛନ୍ତି।
ରାଜ୍ୟରେ ଆଜି ୮କରୋନାରେ ମୃତ୍ୟୁବରଣ କରିଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା ୫୪୬କୁ ବୃଦ୍ଧି ହୋଇଛି।
Also Read:
ଓଡ଼ିଶାରେ ରେକର୍ଡ ୩୮୧୦ କରୋନା ପଜିଟିଭ ଚିହ୍ନଟ,ମୋଟ ୧,୨୪,୦୩୧ ଚିହ୍ନଟ
Pingback: ଆଜି ଅନୁଗୋଳରୁ ପୁଣି ୮୩ ଜଣ ପଜିଟିଭ ଚିହ୍ନଟ, ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା : MAHIMALIVE
Pingback: ଓଡ଼ିଶାରେ ପୁଣି ୩୮୬୧ କରୋନା ପଜିଟିଭ ଚିହ୍ନଟ, ମୋଟ ୧,୨୭,୮୯୨ ଚିହ୍ନଟ : MAHIMALIVE