Breaking NewsCORONA UPDATESଓଡ଼ିଶା

Odisha Covid-19 Regulations: ଓଡ଼ିଶାରୁ ହଟିଲା କୋଭିଡ କଟକଣା

Share this:

ଭୁବନେଶ୍ଵର: Odisha Covid-19 Regulations ଗତକିଛି ଦିନ ଲଗାତାର ଭାବେ ଓଡ଼ିଶାରୁ କୋଭିଡ୍‌ ମହାମାରୀ ସଂକ୍ରମଣ ହ୍ରାସ ପାଇଛି। ଫଳରେ ଆଜି ରାଜ୍ୟ ସରକାର ରାଜ୍ୟରୁ ସମସ୍ତ ପ୍ରକାରର କୋଭିଡ୍‌ କଟକଣା ଉଠାଇ ଦେଇଛନ୍ତି। ଯେହେତୁ କୋଭିଡ ସଂକ୍ରମଣ ହ୍ରାସ ପାଇଛି, ତେଣୁ ସରକାର ଏହିଭଳି ପଦକ୍ଷେପ ନେଇଛନ୍ତି ବୋଲି ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ଏହି ସୂଚନା ଦିଆଯାଇଛି।

ଆଜି ସ୍ଵାସ୍ଥ୍ୟ ବିଭାଗ ଟୁଇ୍‌ଟ କରି ସୂଚନା ଦେଇଛନ୍ତି ଯେ, ଗତ କିଛି ମାସ ହେବ କୋଭିଡ ସଂକ୍ରମଣ ହ୍ରାସ ପାଇଥିବାରୁ ସରକାର କୋଭିଡ୍‌ ପାଇଁ ଲାଗୁ କରିଥିବା ସମସ୍ତ କଟକଣାକୁ ଉଠାଇ ଦେଇଛନ୍ତି। ତେବେ ଯେଉଁଠି କୋଭିଡରୁ ସୁରକ୍ଷା ପାଇଁ ଆବଶ୍ୟକ ପଡ଼ିବ, ସେଠାରେ ସ୍ଵେଚ୍ଛାରେ କୋଭିଡ ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି।

AMAZON_LG

ସୂଚନାଯୋଗ୍ୟ, କୋଭିଡ ସଂକ୍ରମଣ ବଢ଼ିବା କାରଣରୁ ରାଜ୍ୟ ସରକାର କୋଭିଡ  କଟକଣା ଲାଗୁ କରିଥିଲେ। କୋଭିଡ ଆଇନ୍‌-୨୦୨୦ (Odisha Covid-19 Regulations)ଅନୁଯାୟୀ ଆବଶ୍ୟକତା ଠାରୁ ଅଧିକ ଭିଡ଼ ଲଗାଉଥିବା ଲୋକଙ୍କ ଉପରେ ଜରିମାନା ଲାଗୁକରିବା, ବିନା ମାସ୍କରେ ଚଳପ୍ରଚଳ କରିବା, ବାହାରେ ଛେପ ପକାଇବା ଇତ୍ୟାଦି କାମରେ  ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

Read Also


You Might Also Like

Share this:

Leave a Reply

Your email address will not be published. Required fields are marked *