BJP: ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ୪ ଓଡିଆଙ୍କୁ ସ୍ଥାନ

Share this:

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି(BJP) ର କାର୍ଯ୍ୟକର୍ତ୍ତାଙ୍କ ନାମ ଶନିବାର ଘୋଷଣା କରାଯାଇଛି। ବିଜେପି ସଭାପତି ଜଗତ ପ୍ରକାଶ ନଡ୍ଡା (JP Nadda) କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି। ନଡ୍ଡାଙ୍କ ଟିମ୍‌ରେ ୧୨ ଉପସଭାପତି, ୮ ସାଧାରଣ ସଂପାଦକ, ୧୩ ରାଷ୍ଟ୍ରୀୟ ସଂପାଦକ ରହିଛନ୍ତି। ଏଥିରେ ୪ ଜଣ ଓଡ଼ିଆଙ୍କୁ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ମିଳିଛି। ୪ ଜଣ ଓଡ଼ିଆଙ୍କ ମଧ୍ୟରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ ବଜାୟ ରଖିଛନ୍ତି ବୈଜୟନ୍ତ ପଣ୍ଡା ( Baijayant Panda ), ରାଷ୍ଟ୍ରୀୟ ପ୍ରବକ୍ତା ହେଲେ ସମ୍ବିତ ପାତ୍ର (Sambit Patra) ଓ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ (Aparajita Sarangi) ଏବଂ ରାଷ୍ଟ୍ରୀୟ ସଂପାଦକ ହେଲେ ମୟୂରଭଂଜ ସାଂସଦ ବିଶ୍ୱେଶ୍ୱର ଟୁଡୁ (Bisweswar Tudu)।

ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ମଧ୍ୟରେ ଡକ୍ଟର ରମଣ ସିଂହ (ବିଧାୟକ- ଛତିଶଗଡ), ବସୁନ୍ଧରା ରାଜେ ସିନ୍ଧିଆ (ବିଧାୟକ- ରାଜସ୍ଥାନ), ରାଧାମୋହନ ସିଂହ (ସାଂସଦ- ବିହାର), ବୈଜୟନ୍ତ ପଣ୍ଡା (ଓଡିଶା), ରଘୁବର ଦାସ (ଝାଡଖଣ୍ଡ), ମୁକୁଲ ରୟ (ପଶ୍ଚିମବଙ୍ଗ), ରେଖା ବର୍ମା (ସାଂସଦ- ଉତ୍ତର ପ୍ରଦେଶ), ଅନ୍ନପୂର୍ଣ୍ଣା ଦେବୀ (ସାଂସଦ- ଝାଡଖଣ୍ଡ), ଡ. ଭାରତୀୟ ବେନ ଶିୟାଲ (ସାଂସଦ- ଗୁଜରାଟ), ଡିକେ ଅରୂପା (ତେଲେଙ୍ଗାନା), ଏମ ଚୌବା ଏଓ (ନାଗାଲାଣ୍ଡ), ଅବଦୁଲ୍ଲା କୁଟ୍ଟି (କେରଳ)।

ସେହିପରି ସାଧାରଣ ସଂପାଦକଙ୍କ ମଧ୍ୟରେ ଭୂପେନ୍ଦ୍ର ଯାଦବ, ଅରୁଣ ସିଂହ, କୈଳାସ ବିଜୟବର୍ଗୀୟ, ଦୁଷ୍ୟନ୍ତ ଗୌତମ, ଡି. ପୁରନ୍ଦେଶ୍ଵରୀ, ସିଟି ରବି, ତରୁଣ ଚୁଗ, ଦିଲ୍ଲୀପ ସାଇକିଆଙ୍କୁ ସାଧାରଣ ସଂପାଦକ ଦାୟିତ୍ଵ ଦିଆଯାଇଛି।

Also Read :

PM Modi-Rajapaksa:ମୋଦୀ ଏବଂ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦାଙ୍କ ସହିତ ଭର୍ଚୁଆଲ ଶିଖର ବୈଠକ,୧୫ ମିଲିୟନ ୟୁଏସ ଡ଼ଲାର ଭାରତର ସହାୟତା

ଓଡିଶାରେ ୨୦୨୪ରେ ବିଜେପି ସରକାର ଗଠନ କରିବାର ସଂକଳ୍ପ ମନ୍ତ୍ର ଦେଲେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼.ଜେପି ନଡ୍ଡା

Share this: