DRDO ତରଫରୁ ହାଇପରସୋନିକ୍ ଟେକ୍ନୋଲୋଜି ଯାନର ସଫଳ ପରୀକ୍ଷଣ
ବାଲେଶ୍ୱର: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଆଜି ହାଇପରସୋନିକ୍ ଟେକ୍ନୋଲୋଜି ଯାନକୁ ଏକ ସ୍ୱଦେଶୀ ବିକଶିତ ସ୍କ୍ରାମଜେଟ୍ ପ୍ରପୁଲସନ୍ ସିଷ୍ଟମ୍ ମାଧ୍ୟମରେ ସଫଳତାର ସହ ପରୀକ୍ଷା କରିଛି।
ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (DRDO) ପକ୍ଷରୁ ଭଦ୍ରକ ଧାମରାସ୍ଥିତ ଅବଦୁଲ୍ କଲାମ (Dr. APJ Abdul Kalam Launch Complex at Wheeler Island )ଦ୍ଵିପର ୪ ନମ୍ବର ଲଞ୍ଚପ୍ୟାଡ୍ରୁ ହାଇପରସୋନିକ୍ ଗତିଶୀଳଯାନ ((Hypersonic Technology Demonstrator Vehicle) ପରୀକ୍ଷଣ ଆଜି ପୂର୍ବାହ୍ନ ୧୧ଟା ୩ ମିନିଟରେ କରାଯାଇଛି। ଆଜି ପାଗ ଅନୁକୂଳ ରହିଥିବା ହେତୁ ଧାର୍ଯ୍ୟ ସମୟରେ ପରୀକ୍ଷଣ ହୋଇଛି।
ବର୍ତ୍ତମାନ ଭାରତ ମହାକାଶକୁ ଖୁବ କମ୍ ଖର୍ଚ୍ଚରେ ଉପଗ୍ରହ ପଠାଇପାରିବ। ଏଥିସହିତ ଅତ୍ୟାଧୁନିକ ଟେକ୍ନୋଲୋଜିକୁ ଉପଯୋଗ କରି ଭାରତ ଆକାଶମାର୍ଗରେ ଶତ୍ରୁପକ୍ଷର ଦୂରଗାମୀ କ୍ରୁଜ୍ କ୍ଷେପଣାସ୍ତ୍ର ଓ ସମୁଦ୍ର ପତ୍ତନଠାରୁ ମାତ୍ର ୩୨ କିମି ଉଚ୍ଚରୁ ସବୁପ୍ରକାର କ୍ଷେପଣାସ୍ତ୍ରକୁ ଟାର୍ଗେଟ୍ କରିପାରିବ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (DRDO) କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ଆତ୍ମନିର୍ଭରଶୀଳ ଭାରତର ଦୂରଦୃଷ୍ଟି ହାସଲ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଅଟେ।
#WATCH DRDO‘s successful demonstration of the Hypersonic air-breathing scramjet technology with the flight test of Hypersonic Technology Demonstration Vehicle, at 1103 hours today from Dr. APJ Abdul Kalam Launch Complex at Wheeler Island, off the coast of Odisha pic.twitter.com/aC1phjusDH
— ANI (@ANI) September 7, 2020
Also Read:
ଡିଆରଡ଼ିଓ ଦ୍ଵାରା ଆଣ୍ଟି-ଡ୍ରୋନ୍ ବିକଶିତ, ଲେଜର ମାଧ୍ୟମରେ ଡ୍ରୋନକୁ ନଷ୍ଟ କରିଦେବ
ଖର୍ଚ୍ଚ ହ୍ରାସ କରିବାକୁ SBI ର VRS ଯୋଜନା, କର୍ମଚାରୀମାନେ ସ୍ୱେଚ୍ଛାକୃତ ଅବସର ନେବେ