ପୁଣି ବଢିଲା,ଢେଙ୍କାନାଳ ଜିଲ୍ଲାରୁ ଆଜି ୩୦୬ Corona ପଜିଟିଭ ଚିହ୍ନଟ, ୪ଜଣ ମୃତ

Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal)ଜିଲ୍ଲାରେ ପୁଣି ବଢିଲା ସଂକ୍ରମିତଙ୍କ ସଂଖ୍ୟା। ଜିଲ୍ଲାରୁ ଆଜି ୩୦୬ ଜଣ କରୋନା (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine)ରୁ ୨୮୭ ଜଣ ଏବଂ ହସ୍ପିଟାଲରୁ ୧୯ଜଣ ଚିହ୍ନଟ ହୋଇଛନ୍ତି।

ଆଜି ଚିହ୍ନଟଙ୍କ ମଧ୍ୟରେ ହିନ୍ଦୋଳ ବ୍ଲକ (Hindol Block) ରୁ ଚିହ୍ନଟ ୧୦୯ଜଣଙ୍କ ମଧ୍ୟରୁ କେବଳ ନୂଆ ହିନ୍ଦୋଳରୁ ୭୯ଜଣ ଅଛନ୍ତି। ସେହିପରି ବୁଲ୍ଲଭପୁରରୁ ୬ଜଣ, ବାରିଶିଙ୍ଗାରୁ ୪ଜଣ,ବାବନ୍ଧ ଏବଂ ପଞ୍ଚପଡାରୁ ୩ଜଣ ଲେଖାଏଁ, ନୂଆପଡ଼ାରୁ ୨ଜଣ, ରଞ୍ଜାଗୋଳ, ଗୁଳେହି, ଗଞ୍ଜରା, ଖଜୁରିଆକଟା, ମାହାଲୁଣ୍ଡା, ଗଣ୍ଡାନାଳି, ରାସୋଳ, ନୂଆକୋଟ, ବ୍ରହ୍ମପୁର, କଳିଙ୍ଗା, ଖଣ୍ଡିତିରି ଏବଂ କାରନ୍ଦାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ହିନ୍ଦୋଳ ଏନଏସି (Hindol NAC)ରୁ ୪ଜଣଙ୍କ ମଧ୍ୟରୁ ନୂଆପଟଣା, ରୂପାଳି, ଗୋବିନ୍ଦପୁର ଏବଂ  SDH ରୁ ଜଣେ ଲେଖାଏଁ ଅଛନ୍ତି।   

କାମାକ୍ଷାନଗର ବ୍ଲକ (Kamakhyanagar Block) ରୁ ୬୪ଜଣଙ୍କ ମଧ୍ୟରୁ ବଇଁଶିଙ୍ଗାରୁ ୨୬ଜଣ, ବଳିଗୋରଡ଼ାରୁ ୧୦ଜଣ, ସେହିପରି ଭୁବନ ବ୍ଲକରୁ ୪୧ଜଣ ଏବଂ ଭୁବନ NAC ରୁ ୨୪ଜଣ, ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୨୭ଜଣ, ସଦର ବ୍ଲକ (Sadar Block) ରୁ ୧୪ଜଣ, ଓଡ଼ାପଡା ବ୍ଲକ (Odapada Block) ରୁ ୭ଜଣ, କାମାକ୍ଷାନଗର ଏନଏସିରୁ ୪ଜଣ, ପର୍ଜଙ୍ଗ ବ୍ଲକରୁ ୨ଜଣ ଏବଂ ଏବଂ ଅନ୍ୟାନ୍ୟ ହସ୍ପିଟାଲରୁ ୪ଜଣ ଚିହ୍ନଟ ହୋଇଛନ୍ତି। 

ଢେଙ୍କାନାଳ ଜିଲ୍ଲାରେ ଗତକାଲି ୧୮୩୫ଟି ସାମ୍ପୁଲ ଟେଷ୍ଟ ହୋଇଛି। ମୋଟ ୩ ଲକ୍ଷ ୪ ହଜାର ୭୭୪ଟି ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୫  ହଜାର ୨୧୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୨୪୯ ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୨ହଜାର ୩୫୦ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୨ହଜାର ୮୨୧ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଜିଲାରୁ ଆଜି ୪ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ ମୃତ୍ୟୁସଂଖ୍ୟା ୪୩ ରେ ପହଞ୍ଚିଛି।

[amazon_auto_links id=”9932″]

Also Read | ଦେଶକୁ ମିଳିବ free କରୋନା ଟୀକା, ମାଗଣା ରାସନ ନଭେମ୍ବର ପର୍ଯ୍ୟନ୍ତ: ପ୍ରଧାନମନ୍ତ୍ରୀ ମୋଦୀ

Share this: