Dhenkanal:ଢେଙ୍କାନାଳ ଜିଲ୍ଲାରୁ ଆଜି ୩ଜଣ corona ଆକ୍ରାନ୍ତଙ୍କ ମୃତ୍ୟୁ, ୪୧ ପଜିଟିଭ ଚିହ୍ନଟ

Share this:

ଢେଙ୍କାନାଳ: ଆଜି ଢେଙ୍କାନାଳ (Dhenkanal) ଜିଲ୍ଲାରେ କମିଛି କରୋନା ସଂକ୍ରମିତ (Covid-19)।  ଜିଲ୍ଲାରୁ ଆଜି ନୂଆ ୪୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine) ରୁ ୨୪ ଏବଂ ହସ୍ପିଟାଲରୁ ୧୭ ଜଣ ଚିହ୍ନଟ ଅଛନ୍ତି। ଜିଲ୍ଲାରୁ ଆଜି ୩ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

ଆଜି ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୧୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ମିନାବଜାରରୁ ୩ଜଣ ଥିବାବେଳେ କାଞ୍ଚନବଜାରରୁ ୨ଜଣ ଅଛନ୍ତି। ସେହିପରି ଚନ୍ଦନ ବଜାର, ବାଜିଚୌକ, ଆମଲାପଡା, ଷ୍ଟେସନ୍ ବଜାର, ଗୁଡ଼ିଆନାଳି ଏବଂ କୋରିଆଁରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ଗଁଦିଆ ବ୍ଲକରୁ ୬ଜଣଙ୍କ ମଧ୍ୟରୁ କପିଳାସରୁ ୩ଜଣ ଥିବାବେଳେ ଗଁଦିଆ, ଅର୍ଣ୍ଣପୁର ଏବଂ ଚନ୍ଦ୍ରଶେଖରପୁରରୁ ଜଣେ ଲେଖାଏଁ ଅଛନ୍ତି। ପର୍ଜଙ୍ଗ ବ୍ଲକରୁ ୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଖୁଆପାଳରୁ ୨ଜଣ, ଅଁଳାକଟା, କୁଲେଇ ଏବଂ ଜୟପୁରାକାଟେଣିରୁ ଜଣେ ଚିହ୍ନଟ ହୋଇଛନ୍ତି।

ସଦର ବ୍ଲକ (Sadar Block) ରୁ ୫ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ତରଭା, ଭାପୁର, ଦେଓପଡ଼ା, ଭତକାଟେଣି  ଏବଂ ବଳଭଦ୍ରପୁର ଶାସନରୁ ଜଣେ ଲେଖାଏଁ ଅଛନ୍ତି।

ହିନ୍ଦୋଳ ବ୍ଲକ (Hindol Block) ରୁ ୩ଜଣ ଚିହ୍ନଟଙ୍କ ମଧ୍ୟରୁ ଗୋବିନ୍ଦପୁର, ବାଙ୍କିଟିଆ ଏବଂ କାଳିଙ୍ଗା ରୁ ଜଣେ ଲେଖାଏଁ ଅଛନ୍ତି। ହିନ୍ଦୋଳ NAC ରୁ ୨ଜଣ ଅଛନ୍ତି। ଓଡାପଡା ବ୍ଲକ (Oapada Block) ଇନ୍ଦିପୁରରୁ ଜଣେ ଅଛନ୍ତି। କାମାକ୍ଷାନଗର ବ୍ଲକରୁ ୨ଜଣ ଚିହ୍ନଟଙ୍କ ମଧ୍ୟରୁ କାଦୁଆ ଏବଂ ମୋତ୍ତାରୁ ଜଣେ ଲେଖାଏଁ ଅଛନ୍ତି। କାମାକ୍ଷାନଗର NAC ଏବଂ ଭୁବନ NAC ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଅନ୍ୟାନ୍ୟ ହସ୍ପିଟାଲରୁ ୪ଜଣ ଚିହ୍ନଟ ହୋଇଛନ୍ତି।

ଢେଙ୍କାନାଳ ଜିଲ୍ଲାରେ ଗତକାଲି ୧୪୪୮ଟି ସାମ୍ପୁଲ ଟେଷ୍ଟ ହୋଇଛି। ମୋଟ ୩ ଲକ୍ଷ ୪୧ ହଜାର ୧୮୪ ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୭ ହଜାର ୫୦୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୮୪ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୬ ହଜାର ୭୦୭ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୭୨୭ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଆଜି ଜିଲାରୁ ୩ଜଣ ମୃତ୍ୟୁବରଣ କରିଛନ୍ତି। ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୬୮ରେ ପହଞ୍ଚିଛି।

[amazon_auto_links id=”9932″]

Also Read | Matric Examination:ଜୁଲାଇ ୩୦ରୁ ମାଟ୍ରିକ ଅଫଲାଇନ ପରୀକ୍ଷା ଆରମ୍ଭ

Share this: