Corona:ରାଜ୍ୟରୁ ଆଜି ପୁଣି ୧୧ହଜାର ୬୨୩ ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର:ରାଜ୍ୟରେ ଆଜି ଆଉ ୧୧ ହଜାର ୬୨୩ ଜଣ କରୋନା ସଂକ୍ରମିତ (Corona Virus) ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୬୫୦୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୫୧୧୪ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୨୦୨୧ ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୮୨୩ଜଣ, ବାଲେଶ୍ଵରରୁ ୫୦୮ଜଣ, ବରଗଡ଼ରୁ ୨୫୭ଜଣ, ଭଦ୍ରକରୁ ୪୬୧ଜଣ, ବଲାଙ୍ଗୀରିରୁ ୧୭୦ଜଣ, ବୌଦ୍ଧରୁ ୨୦୬ଜଣ, କଟକରୁ ୯୯୮ଜଣ, ଦେଓଗଡ଼ରୁ ୮୬ଜଣ, ଢେଙ୍କାନାଳରୁ ୪୪୧ଜଣ, ଗଜପତିରୁ ୭୬ଜଣ, ଗଞ୍ଜାମରୁ ୧୫୮ଜଣ, ଜଗତସିଂପୁରରୁ ୩୧୫ଜଣ, ଯାଜପୁରରୁ ୫୬୦ଜଣ, ଝାରସୁଗୁଡାରୁ ୧୮୪ ଜଣ, କଳାହାଣ୍ଡିରୁ ୩୫୨ଜଣ, କନ୍ଧମାଳରୁ ୧୪୧ଜଣ, କେଉଁଝରରୁ ୧୩୩ଜଣ, କୋରାପୁଟରୁ ୨୧୮ଜଣ, କେନ୍ଦ୍ରାପଡ଼ାରୁ ୧୯୮ଜଣ, ମୟୁରଭଞ୍ଜରୁ ୨୪୯ଜଣ, ମାଲକାନଗିରିରୁ ୭୩ଜଣ, ନବରଙ୍ଗପୁରରୁ ୩୦୦ଜଣ, ନୟାଗଡ଼ରୁ ୩୧୬ଜଣ, ନୂଆପଡ଼ାରୁ ୫୪ଜଣ, ପୁରୀରୁ ୪୬୨ଜଣ, ରାୟଗଡାରୁ ୨୨୩ଜଣ, ସମ୍ବଲପୁରରୁ ୩୪୨ଜଣ, ସୋନପୁରରୁ ୨୬୧ଜଣ, ସୁନ୍ଦରଗଡରୁ ୬୯୯ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୩୩୮ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୧୫ ଲକ୍ଷ ୬ ହଜାର ୭୪୪ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୭ ଲକ୍ଷ ୨୬ ହଜାର ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୧ ହଜାର ୭୬୯ସୁସ୍ଥ ହେବା ସହିତ ମୋଟ ୬ ଲକ୍ଷ ୧୨ ହଜାର ୯୯୩ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ଲକ୍ଷ ୧୦ ହଜାର ୩୭୩ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Covid Vaccination:ଟିକା ପାଇବା ପାଇଁ ନୂଆ ନିୟମ,୧୮ ରୁ ୪୪ ବର୍ଷ ବୟସ୍କଙ୍କୁ ବିନା ଅନଲାଇନ୍ ରେଜିଷ୍ଟ୍ରେସନ୍ ରେ ମିଳିବ ଟିକା

[amazon_auto_links id=”9932″]

Share this: