Breaking Newsଜାତୀୟ

LAC:ଚୀନ୍ ରାଷ୍ଟ୍ରପତି ନିଜ ସୈନ୍ୟକଙ୍କୁ ଆଦେଶ ଦେଲେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ

Share this:

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଥିବା ଏଲଏସି (LAC) ସହିତ ସୀମା ବିବାଦକୁ ନେଇ ଭାରତ ଏବଂ ଚୀନ୍ (China) ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଗୋଟେ ପଟେ ବିଶ୍ୱ ଦୃଷ୍ଟିରେ ଭଲ ହେବା ପାଇଁ ଚୀନ୍ ଭାରତ ସହ ଶାନ୍ତି କଥାବାର୍ତ୍ତା ବିଷୟରେ କହୁଛି, କିନ୍ତୁ ବାସ୍ତବତା ହେଉଛି ଏହା ମଧ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି। ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ (Xi Jinping) ତାଙ୍କ ସୈନ୍ୟବାହିନୀକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି। ବର୍ତ୍ତମାନ ଚୀନ୍‌ର ମନ୍ଦ ଉଦ୍ଦେଶ୍ୟ ସାମ୍ନାକୁ ଆସିଛି। ଜିନପିଙ୍ଗ ଚୀନ୍ ସେନାକୁ ହାଇ ସଜାଗ ରହିବାକୁ କହିଛନ୍ତି।

ସୂଚନାଯୋଗ୍ୟ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମଙ୍ଗଳବାର ଦିନ ଦକ୍ଷିଣ ଗୁଆଙ୍ଗଡୋଙ୍ଗର ଏକ ସାମରିକ ବେସ ପରିଦର୍ଶନ କରି ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ସୈନ୍ୟମାନଙ୍କୁ କହିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ଜିନପିଙ୍ଗ ପିପୁଲ୍ସ ଲିବରେସନ୍ ଆର୍ମିକୁ କହିଛନ୍ତି, ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା ପାଇଁ ତୁମର ସମ୍ପୂର୍ଣ୍ଣ ମନ ଏବଂ ଶକ୍ତି ରଖ। ସୈନିକମାନଙ୍କୁ ହାଇ ଆଲର୍ଟ ମୋଡରେ ରହିବାକୁ କହିଛନ୍ତି। ଏଥି ସହିତ ସେ ଚୀନ୍ ସୈନିକମାନଙ୍କୁ ସମ୍ପୂର୍ଣ୍ଣ ବିଶ୍ୱସ୍ତ, ସଂପୂର୍ଣ୍ଣ ଶୁଦ୍ଧ ଏବଂ ନିର୍ଭରଯୋଗ୍ୟ ହେବାକୁ ମଧ୍ୟ କହିଛନ୍ତି।

ଚୀନ୍ ରାଷ୍ଟ୍ରପତିଙ୍କ ସାମରିକ ଗସ୍ତ ଏପରି ଏକ ସମୟରେ ଆସିଛି ଯେତେବେଳେ ତାଇୱାନ (Taiwan) ଏବଂ କରୋନା (Corona  Virus) କାରଣରୁ ଚୀନ୍ ଏବଂ ଆମେରିକା (USA) ମଧ୍ୟରେ ତିକ୍ତତା ଚରମ ସୀମାରେ ରହିଛି। ଏଥି ସହିତ ସୀମା ବିବାଦକୁ ନେଇ ଭାରତ ସହ ସମ୍ପର୍କ ଭଲ ନାହିଁ। ଉଭୟ ଚୀନ୍ ଏବଂ ଭାରତ ସୀମାରେ ସୈନ୍ୟ ମୁତୟନ କରିଛନ୍ତି।

Also Read | ରାଜ୍ୟ ସରକାରଙ୍କ ଅସହଯୋଗ ଯୋଗୁଁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେଉ ନାହିଁ:କେନ୍ଦ୍ର ଆଇନ୍‍ ମନ୍ତ୍ରୀ

Share this: