CBSE 10th ପରୀକ୍ଷାଫଳ ପ୍ରକାଶ, ଭୁବନେଶ୍ୱର ରିଜିଅନରେ ୯୯.୬୨ ପ୍ରତିଶତ ପାସ୍

Share this:

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇଛି ସିବିଏସଏଇ ବୋର୍ଡ (CBSE Board) ଦଶମ ପରୀକ୍ଷା ଫଳ (10th Result)। ଆଜି ମଧ୍ୟାହ୍ନ ୧୨ରେ ସିବିଏସ୍‌ଇର ଅଫିସିଆଲ ସାଇଟ୍‌ ରେ ପ୍ରକାଶ ପାଇଛି। ଏହାର ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଏ ବିଷୟରେ ସୂଚନା ଦେଇ ସିବିଏସ୍ଇ ବୋର୍ଡ ଟ୍ୱିଟ୍ କରିଛି। ଏହି ଟୁଇଟରେ ଫଳାଫଳ ଯାଞ୍ଚ କରିବା ପାଇଁ ସିବିଏସ୍ଇ ବୋର୍ଡର ଅଫିସିଆଲ୍ ପେଜ୍ ପାଇଁ ଏକ ଲିଙ୍କ୍ ଦିଆଯାଇଛି।

amazon

ସୂଚନାଯୋଗ୍ୟ କରୋନା କାରଣରୁ ସମସ୍ତ ସିବିଏସ୍ଇ ବୋର୍ଡ ପରୀକ୍ଷା ଏବଂ ସେମାନଙ୍କର ଫଳାଫଳ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଗଲା ଫଳାଫଳ ଏଥର ରେକର୍ଡ କରିଛି। ଏଥର ୯୯.୦୪ ପ୍ରତିଶତ ପିଲା ପାସ୍ କରିଛନ୍ତି।  ତ୍ରିଭେନ୍ଦ୍ରମ ରିଜିଅନରେ ସର୍ବାଧିକ ୯୯.୯୯% ପିଲା ପାସ୍ କରିଛନ୍ତି। ସେହିପରି ଭୁବନେଶ୍ୱର ରିଜିଅନରେ ୯୯.୬୨% ପିଲା ପାସ୍ କରିଛନ୍ତି। ୯୮.୮୯% ଛାତ୍ର ଏବଂ ୯୯.୨୪% ଛାତ୍ରୀ ପାସ୍ କରିଛନ୍ତି। ଏଥର ମଧ୍ୟ ରେଜଲ୍ଟରେ ଛାତ୍ରୀ ଆଗରେ ଅଛନ୍ତି। 

ପରକ୍ଷାଫଳ ଛାତ୍ରଛାତ୍ରୀ https://cbse.gov.in କିମ୍ବା https://cbseresults.nic.in ରେ ଦେଖି ପାରିବେ। 

ଯେଉଁମାନେ ମୂଲ୍ୟାଙ୍କନ ପଦ୍ଧତିରେ ଅସନ୍ତୁଷ୍ଟ ସେମାନେ ଅଫଲାଇନ୍‌ରେ ପରୀକ୍ଷା ଦେଇ ପାରିବେ। କୋଭିଡ-୧୯ ସ୍ଥିତି ସୁଧୁରିଲେ ଏହି ଅଫଲାଇନ ପରୀକ୍ଷା ଆୟୋଜନ କରାଯିବ।  

Also Read | Odisha Covid-19 Data: ଆଜି ରାଜ୍ୟରୁ ୧୧୨୯ ଜଣ ପଜିଟିଭ ଚିହ୍ନଟ

Share this:

Leave a Reply

Your email address will not be published. Required fields are marked *