Skip to content
June 3, 2025
Latest:
  • Subhadra Yojana Online Form Apply 2024: SHG ମହିଳା ସୁଭଦ୍ରା ଯୋଜନାରୁ ବାଦ!,ସେପ୍ଟେମ୍ବର ୧୭ରେ ଶୁଭାରମ୍ଭ
  • Naveen Patnaik: ସଂସଦରେ ନବୀନଙ୍କୁ ପ୍ରଶଂସା କଲେ ଅମିତ ଶାହା
  • Ayodhya Ram Mandir: ରାମ ମନ୍ଦିରକୁ ସବୁଠୁ ବଡ଼ ଦାନ; ଗୁଜରାଟର ଜଣେ ବ୍ୟକ୍ତିଙ୍କ ୧୦୧ କେଜି ସୁନା ଦାନ, ଜାଣନ୍ତୁ କିଏ
  • Street Crime Helpline Number: ବଟି ଓ ପୂଜା ଚାନ୍ଦା କେହି ମାଗୁଛି କି?; କରନ୍ତୁ ଅଭିଯୋଗ,ଟୋଲ ଫ୍ରି ନମ୍ବର ଜାରି
  • Odisha Covid-19 Guidelines 2023: ଓଡ଼ିଶାରେ ଆସିବ ନୂଆ କୋଭିଡ ଗାଇଡଲାଇନ, ଭାରତରେ ୧୫୯୦ ନୂଆ କରୋନା ପଜିଟିଭ ଚିହ୍ନଟ
Mahima Live

  • HOME
  • ଓଡ଼ିଶା
    • ଅନୁଗୁଳ
    • ଢେଙ୍କାନାଳ
  • ଜାତୀୟ
  • ଦେଶ ବିଦେଶ
  • ଖେଳ ଖବର
  • ଟେକ୍ନୋଲୋଜି
  • CORONA UPDATES
  • VIDEOS
  • MORE
    • ବ୍ୟବସାୟ
    • ମନୋରଞ୍ଜନ
    • ଧର୍ମ ଓ ସଂସ୍କୃତି
    • ଜୀବନଶୈଳୀ
    • ଅପରାଧ
    • ଶିକ୍ଷା ଓ ନିଯୁକ୍ତି
    • ମୋ ପୃଷ୍ଠା
  • LIVE TV
  • ପାଣିପାଗ
  • ରାଶିଫଳ
Breaking Newsଓଡ଼ିଶାବ୍ୟବସାୟ

Bank Fraud: ବ୍ୟାଙ୍କ ମ୍ୟାନେଜର୍‌ ସମେତ ଗ୍ରାହକ ଗିରଫ

September 16, 2020 MahimaLive
Share this:

ଭୁବନେଶ୍ଵର: ବ୍ୟାଙ୍କକୁ  ଅଢ଼େଇ କୋଟି ଟଙ୍କାର ଚୂନା ଲଗେଇଛନ୍ତି ବ୍ୟାଙ୍କର ମ୍ୟାନେଜର ଓ ଜଣେ ଋଣ ଗ୍ରହିତା। ଋଣ ମଞ୍ଜୁର ବେଳେ ବ୍ୟବସାୟୀଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ସମସ୍ତ ରେକର୍ଡପତ୍ରକୁ ସଠିକ୍‌ ଭାବରେ ଯାଞ୍ଚ କରିନଥିବା ଅଭିଯୋଗରେ ବ୍ୟାଙ୍କ ମ୍ୟାନେଜରଙ୍କୁ ଗିରଫ କରାଯାଇଛି। ଋଣ ନେଇ ଚଳୁ କରି ଦେଇଥିବା ଅଭିଯୋଗରେ ଜଣେ ବ୍ୟବସାୟୀଙ୍କୁ ମଧ୍ୟ  ଗିରଫ କରାଯାଇଛି। ଉଭୟଙ୍କୁ ସ୍ଥାନୀୟ ଏସଡିଜେଏମ୍ ଙ୍କ କୋର୍ଟରେ ହାଜର କରାଯାଇଛି।

ଏହି ଘଟଣା ଘଟିଛି ଖୋଦ ରାଜଧାନୀ ଭୁବନେଶ୍ୱରେ। ଜୟଦେବ ବିହାର ସ୍ଥିତ  ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ (Punjab National Bank) ଶାଖାରେ  ଏହି ଠକେଇ ସମ୍ପର୍କରେ ପିଏନ୍‌ବି ଭୁବନେଶ୍ୱର ସର୍କଲ ମୁଖ୍ୟ ପରେଶ କୁମାର ଦାସ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (EOW) ରେ  ଅଭିଯୋଗ କରିଥିଲେ।  ପରେ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଉକ୍ତ ଶାଖାର ସିନିଅର ମ୍ୟାନେଜର ତଥା ଆସେସମେଣ୍ଟ ଅଧିକାରୀ ଶ୍ରୀକାନ୍ତ ପ୍ରସାଦ ପୃଷ୍ଟି ଓ ଋଣ ଗ୍ରହିତା ଭୀମଟାଙ୍ଗି କେପି ସଲ୍ୟୁସନ୍ସ (KP Solutions) ର ମାଲିକ  କାଳୀପ୍ରସାଦ ମିଶ୍ର।

ଅଭିଯୋଗ ଅନୁସାରେ ନାଗେଶ୍ଵରଟାଙ୍ଗି ଅଞ୍ଚଳରେ କାଳୀପ୍ରସାଦଙ୍କର ଟାଇଲ୍‌, ସାନିଟାରି ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ହୋଲ୍‌ସେଲ୍‌ ଓ ରିଟେଲ୍‌ ବ୍ୟବସାୟ କରୁଥିଲେ। ସେ ୨୦୧୭ ମସିହାରେ ସେ ପିଏନ୍‌ବି ଶାଖାରୁ ୨.୫ କୋଟି ଟଙ୍କା ଋଣ ନେଇଥିଲେ। ଏହା ବଦଳରେ ସେ ଗୋଟିଏ ଘର ସହ ୩ ଜଣଙ୍କୁ ଗ୍ୟାରେଣ୍ଟର ରଖିଥିଲେ। ବନ୍ଧକ ବାବଦରେ ବିଦ୍ୟୁତବିଲ ସହିତ ଭୋଟର ପରିଚୟପତ୍ର ରଖିଥିଲେ। କିନ୍ତୁ ପରେ ସେ ଆଉ ଟଙ୍କା  ଶୁଝିନଥିଲେ। ଋଣ ରାଶି ବଢ଼ି ୨ କୋଟି ୬୭ଲକ୍ଷ ୩୩ ହଜାର ଟଙ୍କାରେ ପହଞ୍ଚିଥିଲା। ଏତେ ବଡ଼ ଋଣକୁ ନେଇ ବ୍ୟାଙ୍କ ପକ୍ଷରୁ ଅନୁସନ୍ଧାନ ଆରମ୍ଭ ହୋଇଥିଲା।

କିନ୍ତୁ ଗ୍ୟାରେଣ୍ଟରଙ୍କ  ମଧ୍ୟରୁ ଜଣେ ବ୍ୟକ୍ତିଙ୍କର ୨୦୧୪ ମସିହାରୁ ମୃତ୍ୟୁ ହୋଇ ସାରିଥିଲା। ଜାଲ୍ ଦସ୍ତଖତ ବଳରେ ଏହି ଋଣ ମଞ୍ଜୁର କରାଯାଇଥିବା ଜଣାପଡ଼ିଥିଲା। ଏସବୁ ଘଟଣା ସିନିଅର ମ୍ୟାନେଜର ଜାଣିମଧ୍ୟ ଋଣ ମଞ୍ଜୁର କରିଥିଲେ। ଏହାକୁ ସନ୍ଦେହ କରି ସର୍କଲ ମୁଖ୍ୟ ପରେଶ କୁମାର ଦାସ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ।

Also Read:

Ease of Doing Business Ranking ରେ ଓଡ଼ିଶାର ସ୍ଥାନ ୨୯ରେ,ବ୍ୟବସାୟ ପାଇଁ ସହଜ ନୁହେଁ !

ଯଦି UPI ପେମେଣ୍ଟ ଉପରେ କୌଣସି ଚାର୍ଜ କଟିଛି,ତେବେ ବ୍ୟାଙ୍କ ଗ୍ରାହକଙ୍କୁ ଫେରସ୍ତ କରୁ: କେନ୍ଦ୍ର ସରକାରଙ୍କ ଆଦେଶ

Share this:
  • Covid19 OdishaUpdate: ଆଜି ପୁଣି ରାଜ୍ୟରେ ୪,୨୭୦ କରୋନା ପଜିଟିଭ ଚିହ୍ନଟ,୧୧ଜଣ ମୃତ
  • Corona Vaccine Update: ଆଗାମୀ ୩ ରୁ ୪ ସପ୍ତାହ ମଧ୍ୟରେ କରୋନା ଟିକା ଉପଲବ୍ଧ ହେବ ଆମେରିକାରେ,କହିଛନ୍ତି ଡୋନାଲ୍ଡ ଟ୍ରମ୍ପ

You May Also Like

corona_odisha

Covid Cases Odisha: ଆଜି ରାଜ୍ୟରୁ ୭ କରୋନା ସଂକ୍ରମିତ ଚିହ୍ନଟ

May 3, 2022 MahimaLive

ଗଛରେ ଝୁଲୁଛି ତିନି ଶବ

July 30, 2020 MahimaLive
third wave corona virus

Covid Cases Odisha: ରାଜ୍ୟରେ ଆଜି ୧୦୯୬ଜଣ ପଜିଟିଭ ଚିହ୍ନଟ

August 7, 2021 MahimaLive
ABOUT US


Mahimalive is a Digital Media. Mahimalive.in is a 24×7 digital news portal with the aim of reaching among People. We are planning to digital IPTV/ OTT Platform ...Read More

  • About Us
  • Privacy Policy
  • Cookie Policy
  • Affiliate Disclosure
  • Advertisement With Us
  • Contact Us
  • Read In English

IMPORTANT LINKS

  • Aadhaar Download
  • Police Commissionerate
  • Health Department
  • Kalia Yojana Status
  • Electric Vehicle Subsidy Apply
  • Train Ticket
  • Ration Card Apply
  • Voter ID Online Apply
Copyright © 2025 Mahima Live. All rights reserved.
Theme: ColorMag by ThemeGrill. Powered by WordPress.