Angul Night Curfew:ଅନୁଗୁଳ ଜିଲ୍ଲା ନାଇଟ କଫ୍ୟୁରେ ନୂଆ ଅଞ୍ଚଳ ସାମିଲ

Share this:

ଅନୁଗୁଳ: ଅନୁଗୁଳ ଜିଲ୍ଲା (Angul District) ରେ କରୋନା ସଂକ୍ରମଣ (Corona) ଦିନକୁ ଦିନ ବୃଦ୍ଧି ପାଉଥିବାରୁ କଟକଣାକୁ କଡ଼ାକଡ଼ି କରାଯାଇଛି। ପୂର୍ବରୁ ୩୬ଟି ଅଞ୍ଚଳରେ ରାତ୍ରିକାଳୀନ କଫ୍ୟୁ (Night Curfew) ଲାଗୁ ଘୋଷଣା କରାଯାଇଥିଲା। ଦୈନିକ ରାତି ୯ଟାରୁ ଭୋର ୫ଟା ଯାଏ କଫ୍ୟୁ ରହିବ ବୋଲି ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ନିର୍ଦ୍ଦେଶ ଦେଇଛନ୍ତି।

ପୁଣି ସୋମବାର ଜିଲ୍ଲାର ଆଉ କିଛି ଅଞ୍ଚଳକୁ କଫ୍ୟୁ ପରିସରକୁ ଅଣାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ନିର୍ଦ୍ଦେଶନାମା ଅନୁଯାୟୀ ଅନୁଗୁଳ ପୌରାଞ୍ଚଳ, ତୁରଙ୍ଗ ଗ୍ରାମପଞ୍ଚାୟତ, ଖଲାରୀ ଗ୍ରାମପଞ୍ଚାୟତ, ଶୁଶୁଡ଼ା ଗ୍ରାମପଞ୍ଚାୟତ, ଜରାସିଂହା ଗ୍ରାମପଞ୍ଚାୟତ ଓ କୁମଣ୍ଡ ଗ୍ରାମପଞ୍ଚାୟତ ସମେତ ଛେଳିଆପଡ ଛକ, ନୂଆମୌଜା ଛକ, କୁମୁରୀସିଂହା ଛକ, ବନ୍ତଳା ଛକ ଓ ବତକେରା ଛକରେ କଫ୍ୟୁ ବଳବତ୍ତର ରହିବ।

ସେହିପରି ବଅଁରପାଳ ଟାଉନ, ନାଲ୍‌କୋ ଟାଉନ୍‌ଶିପ୍ ସମେତ ମହୀଧରପୁର ଛକ, ଜରପଡା ଜଙ୍କସନ, ହିନ୍ଦୋଳ-କଟକ ବଡର ଚେକ୍ ପଏଣ୍ଟ, ବଅଁରପାଳ-ଢେଙ୍କାନାଳ ବର୍ଡର ଚେକ ପଏଣ୍ଟ, ମହୀଧରପୁର- ଢେଙ୍କାନାଳ ଚେକ୍ ପଏଣ୍ଟରେ କଫ୍ୟୁ ଲାଗୁ କରାଯାଇଛି।

ଛେଣ୍ଡିପଦା ବ୍ଲକର ଛେଣ୍ଡିପଦା ଟାଉନ୍‌, ନୂଆପଡା ଛକ, ଛେଣ୍ଡିପଦା- ଦେବଗତ ବର୍ଡର ଚେକ୍ ପଏଣ୍ଟ, ଛେଣ୍ଡିପଦା (ବୁଢା ପାଳ)-ଦେବଗଡ଼, ପାତ୍ରପଡା, ରେଢାଖୋଲ ବର୍ଡର ଚେକ୍‌ ପଏଣ୍ଟ, ବାଗେଡିଆ ଛକ ଓ କୋଶଳା ଛକରେ କଫ୍ୟୁ ଜାରି ରହିବ।

ସେହିପରି ତାଳଚେର ବ୍ଲକର ତାଳଚେର ପୌରାଞ୍ଚଳ, ଏଫ୍‌ସିଆଇ ଛକ, ତାଳଚେର-ସରାଙ୍ଗ, ତାଳଚେର ରୋଡ, କଣିହାଁ-ଦେଓଗଡ଼, ଟିଟିପିଏସ୍ ଥର୍ମାଲ ବଜାର ଓ ହାଟ, କଣିହାଁ ଟାଉନ ଏରିୟା, ବହୁର ଛକ, ହାଟତୋଟା ଛକ, ଶର୍ମା ଛକ, ହାଣ୍ଡିଧୁଆ ଛକ, ଏନ୍‌ଟିପିସି ବାଇପାସ୍ ଛକ, ରେଙ୍ଗାଳି ଓ ସମଲ ମାର୍କେଟ ଠାରେ କଫ୍ୟୁ ବଳବତ୍ତ ରହିବ।

ସେହିପରି ଆଠମଲ୍ଲିକ ବ୍ଲକର  ଆଠମଲ୍ଲିକ ଏନ୍‌ଏସି ଅଞ୍ଚଳ, ବାମୁର-ସମ୍ବଲପୁର ବର୍ଡର ଚେକପଏଣ୍ଟ, ଆଠମଲ୍ଲିକ-ବୌଦ୍ଧ ବର୍ଡର ଚେକ୍ ପଏଣ୍ଟ, ବଇଣ୍ଡା ଜଙ୍କସନ୍, ବଇଣ୍ଡା ବଜାର, କିଶୋରନଗର, ମାଧପୁର ଜଙ୍କସନ୍ ଓ କିଆକଟା ଜଙ୍କସନ୍ ଠାରେ କଫ୍ୟୁ ରହିବ।

ପାଲଲହଡା ବ୍ଲକର ପାଲଲହଡା ଟାଉନ୍, ପାଲଲହଡା (ସଇଦା)-କେନ୍ଦୁଝର -ଦେବଗଡ-ସୁନ୍ଦରଗଡ ବର୍ଡର ଚେକ୍‌ ପଏଣ୍ଟ, ପାଲଲହଡା(ଖୁଲୁଡି)- କେନ୍ଦୁଝର-ମୁମ୍ବାଇ-କୋଲକାତା ଏନଏଚ ବର୍ଡର ଚେକ୍ ପଏଣ୍ଟ, ଖମାର ଓ କଣ୍ଟିଆପଶି ଠାରେ ଏହି କଫ୍ୟୁ ବଳବତ୍ତର ରହିବ। ତେବେ ବାଲିପଶି ଏଣ୍ଟ୍ରି ପଏଣ୍ଟରୁ ଦେବଗଡ଼ ଓ କନ୍ତଳା ଏଣ୍ଟ୍ରି ପଏଣ୍ଡ ଠାରୁ କେନ୍ଦୁଝର ଏରିୟାକୁ ପୂର୍ବ ନିର୍ଦ୍ଦେଶନାମାରୁ ବାଦ୍ ଦିଆଯାଇଛି।

ଏହି ରାତ୍ରିକାଳୀନ କଫ୍ୟୁକୁ କଡ଼ାକଡ଼ି ଭାବେ ପାଳନ କରିବେ  ବୋଲି ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଏକ ପ୍ରେସ୍ ବିବୃତ୍ତିରେ ସୂଚନା ଦେଇଛନ୍ତି।

[amazon_auto_links id=”10233″]

Also Read | Odisha Shutdown: ସାରା ରାଜ୍ୟରେ ଏଥର ପ୍ରତି ଶନିବାର ଓ ରବିବାର ସଟଡାଉନ

Share this: