Angul Covid19 Updates: ଆଜି ପୁଣି ଅନୁଗୋଳରୁ ୧୩୧ ଜଣ କରୋନା ସଂକ୍ରମିତ ଚିହ୍ନଟ
ଅନୁଗୋଳ: ଜିଲ୍ଲାରୁ ଆଜି ରବିବାର ପୁଣି ୧୩୧ ଜଣ କରୋନା (Covid -19)ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ଅନୁଗୁଳ ପୌରପାଳିକାରୁ ସର୍ବାଧିକ ୩୬ ଜଣ, ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୨୫ ଜଣ, ତାଳଚେର ବ୍ଲକ୍ ଅଞ୍ଚଳରୁ ୨୩ ଜଣ, ଅନୁଗୋଳ ବ୍ଳକ୍ ଅଞ୍ଚଳରୁ ୧୨ ଜଣ, ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୧୧ ଜଣ, ଆଠମଲ୍ଲିକ ବ୍ଲକ୍ ଅଞ୍ଚଳରୁ ୮ ଜଣ, କଣିହାଁ ବ୍ଳକ୍ ଅଞ୍ଚଳରୁ ୬ ଜଣ ଏବଂ ପାଲଲହଡା ବ୍ଳକ୍ ଅଞ୍ଚଳରୁ ୬ ଜଣ। ସେହିପରି ତାଳଚେର ପୌରପାଳିକା ଅଞ୍ଚଳରୁ ୩ ଜଣ ଓ କିଶୋରନଗର ବ୍ଳକ୍ ଅଞ୍ଚଳରୁ ଜଣେ ଚିହ୍ନଟ ହୋଇଛନ୍ତି।
ଆଜି ଚିହ୍ନଟ ସମସ୍ତ ସଂକ୍ରମିତ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି। ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସନ ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି।
ଆଜି ଅନୁଗୋଳ ଜିଲ୍ଲାରୁ ୯୧ଜଣ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩୫ ଜଣ କୋଭିଡ ହସପିଟାଲରୁ ଓ ୫୬ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି।
Daily COVID 19 report for today.#AngulFightsCorona pic.twitter.com/OXddbYbbLs
— Collector & DM, Angul (@angul_dm) September 20, 2020
Also Read:
Odisha Covid19 Updates: ଆଜି ପୁଣି ରାଜ୍ୟରେ ୪,୩୩୦ କରୋନା ପଜିଟିଭ ଚିହ୍ନଟ,ମୋଟ ମୃତ୍ୟୁସଂଖ୍ୟା ୭୦୧
India Covid19 Updates: ଭାରତରେ ପୁଣି ୯୨୬୦୫ କରୋନା ସଂକ୍ରମିତ ଚିହ୍ନଟ,୧୧୩୩ ମୃତ; ମୋଟ ଆକ୍ରାନ୍ତ ୫୪ ଲକ୍ଷ ପାର