ଅନୁଗୋଳ ଜିଲ୍ଲାରୁ ପୁଣି ୯୫ ଜଣ କରୋନା ପଜିଟିଭ ଚିହ୍ନଟ,ମୋଟ ୧୮୨୬
ଅନୁଗୋଳ: ଆଜି ଅନୁଗୋଳ ଜିଲ୍ଲାରୁ ପୁଣି ୯୫ ଜଣ କରୋନା (Covid-19) ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା ୧୮୨୬ ପହଂଚିଛି। ଆକ୍ରାନ୍ତ ମାନଙ୍କ ମଧ୍ୟରେ ତାଳଚେର ବ୍ଲକ ଅଞ୍ଚଳରୁ ସର୍ବାଧିକ ୧୯ ଜଣ (୧୩ ଜଣ ପୁରୁଷ ଓ ୬ ଜଣ ମହିଳା), ଅନୁଗୋଳ ବ୍ଲକ ଅଞ୍ଚଳ ରୁ ୧୬ ଜଣ (୧୪ ପୁରୁଷ ଓ ୨ ମହିଳା) ଛେଣ୍ଡିପଦା ବ୍ଲକ ଅଞ୍ଚଳ ରୁ ୧୬ ଜଣ (୧୨ ପୁରୁଷ ଓ ୪ ଜଣ ମହିଳା) କଣିହାଁ ବ୍ଲକ ଅଞ୍ଚଳ ରୁ ୧୩ ଜଣ (୭ଜଣ ପୁରୁଷ ଓ ୬ ଜଣ ମହିଳା), ବଅଁରପାଳ ବ୍ଲକ ଅଞ୍ଚଳ ରୁ ୧୧ ଜଣ (୯ପୁରୁଷ ଓ ୨ ଜଣ ମହିଳା) ଅନୁଗୋଳ ପୌରାଞ୍ଚଳ ରୁ ୭ ଜଣ (୨ ଜଣ ପୁରୁଷ ଓ ୫ ମହିଳା ), ତାଳଚେର ପୌରାଞ୍ଚଳ ରୁ ୬ ଜଣ (୫ପୁରୁଷ ଓ ୧ ଜଣ ମହିଳା) ଅଛନ୍ତି।
ସେହିପରି ପାଲଲହଡା ବ୍ଳକ ଅଞ୍ଚଳରୁ ୪ ଜଣ (୨ପୁରୁଷ ଓ ୨ଜଣ ମହିଳା), କିଶୋରନଗର ବ୍ଲକ ଅଞ୍ଚଳ ରୁ ୨ (୨ ପୁରୁଷ ) ଓ ଆଠମଲ୍ଲିକ ବ୍ଲକ ଅଞ୍ଚଳରୁ ଜଣେ ପୁରୁଷ ଅଛନ୍ତି। ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବା ଜଣା ପଡ଼ିଛି।
ସମସ୍ତ ଲକ୍ଷଣ ଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସ୍ପିଟାଲ କୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରଣ କରାଯାଇଥିବା ବେଳେ ସ୍ଵଳ୍ପ ଲକ୍ଷଣ ଯୁକ୍ତ ଓ ଲକ୍ଷଣ ବିହୀନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେଶନରେ ରଖାଯାଇ ନିରୀକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି। ଇତିମଧ୍ୟରେ ସୁସ୍ଥ ହୋଇଥୁବା ୧୪ ଜଣଙ୍କୁ ନିଜ ଘରେ ଆଇସୋଲେନ ରେ ରହିବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ସୁସ୍ତ ହୋଇଥିବା ୫୯୮ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୬୧୨ ରେ ପହଁଚିଛି।
Also Read:
ଓଡ଼ିଶାରେ ଦୈନିକ ସଂକ୍ରମଣ ତିନିହଜାର ତଳକୁ ଖସୁନି,ଆଜି ପୁଣି ୩୯୧୩ କରୋନା ପଜିଟିଭ ଚିହ୍ନଟ
ଚବନପ୍ରାଶ ଖାଇବା ଏବଂ ପ୍ରାଣାୟାମ ଉପରେ କରୋନା ରୋଗୀଙ୍କ ପାଇଁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ