Breaking Newsଓଡ଼ିଶା

Agriculture Input Subsidy: ଚାଷୀଙ୍କୁ ମିଳିବ ୨ଶହ କୋଟି ଟଙ୍କାର ଇନ୍‌ପୁଟ୍‌ ସବସିଡି: ମୁଖ୍ୟମନ୍ତ୍ରୀ

Share this:

ଭୁବନେଶ୍ଵର: Agriculture Input Subsidy ଆଜି ମଙ୍ଗଳବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟର ମରୁଡ଼ି ପ୍ରଭାବିତ ଅଞ୍ଚଳର ପୀଡ଼ିତ ଚାଷୀଙ୍କୁ ୨ ଶହ କୋଟି ଟଙ୍କାର ଇନ୍‌ପୁଟ୍‌ ସବସିଡି ଦେବାକୁ ଘୋଷଣା କରାଯାଇଛି। ଏହି ୨୦୦ କୋଟି ଅର୍ଥ ରାଜ୍ୟ ସରକାର ନିଜ ରାଜକୋଷରୁ ପ୍ରଦାନ କରିବେ।

ରିପୋର୍ଟ ଅନୁଯାୟୀ, ବର୍ଷା ଅଭାବରୁ ରାଜ୍ୟର ୧୨ଟି ଜିଲ୍ଲାର ୬୪ଟି ବ୍ଲକ୍‌ ସମେତ ୧୫ଟି ପୌରାଞ୍ଚଳରେ ପ୍ରାୟ ୨ ଲକ୍ଷ ୬୩ ହଜାର ୫୬୦ ହେକ୍ଟର ଚାଷଜମିରେ ୩୩ ପ୍ରତିଶତରୁ ଅଧିକ ଫସଲହାନି ହୋଇଛି। ଏ ସଂପର୍କରେ ରାଜ୍ୟ ସରକାର କ୍ରମାଗତ ଭାବେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ ବୈଷୟିକ ଉପଦେଷ୍ଟା କମିଟିକୁ ଜଣାଇଛନ୍ତି।

bags_amazon-discounts

ମରୁଡ଼ି ପୀଡ଼ିତ କୃଷକଙ୍କ ଦାବି ଏବଂ ଜିଲ୍ଲାପାଳମାନେ ଦେଇଥିବା ଫସଲହାନି ରିପୋର୍ଟକୁ ବିଚାରକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୀଡ଼ିତ ଚାଷୀଙ୍କୁ ରାଜ୍ୟ ପାଣ୍ଠିରୁ ସବସିଡ (Agriculture Input Subsidy) ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସେହିପରି ଫସଲ ବୀମା ପ୍ରଦାନ ନେଇ ପଦ୍ମପୁରରେ ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମରଙ୍କ ସହ ଆଲୋଚନା କରିଛନ୍ତି।

Read Also | Odisha Vigilance Raid: ଭିଜିଲାନ୍ସ ହାତରେ ସହକାରୀ ଯନ୍ତ୍ରି

YOU MIGHT ALSO LIKE IT

Share this:

Leave a Reply

Your email address will not be published. Required fields are marked *