Coronavirus in India: ଭାରତରୁ ଆଜି ୫୦୧ ପଜିଟିଭ ଚିହ୍ନଟ
ନୂଆଦିଲ୍ଲୀ: Coronavirus in India ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୫୦୧ ନୂଆ କରୋନାଭାଇରସ୍ ସଂକ୍ରମଣ ଚିହ୍ନଟ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶରେ ସକ୍ରିୟ ମାମଲା ବର୍ତ୍ତମାନ ୭ ହଜାର ୯୧୮ ରୁ ୭ ହଜାର ୫୬୧କୁ ହ୍ରାସ ପାଇଛି।
ଆଜିର ଦିନରେ ଦେଶରେ ମୋଟ କୋଭିଡ ମାମଲା ବର୍ତ୍ତମାନ ୪ କୋଟି ୪୬ ଲକ୍ଷ ୬୬ ହଜାର ୬୭୬ରେ ପହଞ୍ଚିଛି।
ଏଥିସହିତ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୦ ହଜାର ୫୩୫କୁ ବୃଦ୍ଧି ପାଇଛି ଯେଉଁଥିରେ ଆଜି ଆଉ ଦୁଇଟି ମୃତ୍ୟୁ ଘଟିଛି। ଜଣେ ଦିଲ୍ଲୀ ଏବଂ ଆଉ ଜଣେ ରାଜସ୍ଥାନରୁ ଅଛନ୍ତି। ସକ୍ରିୟ ମାମଲାଗୁଡ଼ିକରେ ମୋଟ ସଂକ୍ରମଣର ୦.୦୨ ପ୍ରତିଶତ ରହିଥିବାବେଳେ ପୁନରୁଦ୍ଧାର ହାର ୯୮.୭୯ ପ୍ରତିଶତକୁ ବୃଦ୍ଧି ପାଇଛି। ମୃତ୍ୟୁ ହାର ୧.୧୯ ପ୍ରତିଶତ ରେକର୍ଡ କରାଯାଇଛି।
କୋଭିଡ ଭୂତାଣୁ ରୋଗରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୪ କୋଟି ୪୧ ଲକ୍ଷ ୨୮ ହଜାର ୫୮୦କୁ ବୃଦ୍ଧି ପାଇଛି।
ଟୀକାକରଣ ଅଧୀନରେ ଦେଶରେ ଏପର୍ଯ୍ୟନ୍ତ ୨୧୯ କୋଟି ୮୨ ଲକ୍ଷ ଡୋଜ କୋଭିଡ ଟିକା ଦିଆଯାଉଛି।
ସୂଚନାଯୋଗ୍ୟ ଭାରତର COVID-19 (Coronavirus in India) ଅଗଷ୍ଟ ୭, ୨୦୨୦ରେ ୨୦ଲକ୍ଷ, ଅଗଷ୍ଟ ୨୩ରେ ୩୦ଲକ୍ଷ, ସେପ୍ଟେମ୍ବର ୫ରେ ୪୦ଲକ୍ଷ ଏବଂ ସେପ୍ଟେମ୍ବର ୧୬ରେ ୫୦ଲକ୍ଷ ଅତିକ୍ରମ କରିଥିଲା। ସେହିପରି ଅକ୍ଟୋବର ୨୯ରେ ୮୦ଲକ୍ଷ, ନଭେମ୍ବର ୨୦ରେ ୯୦ଲକ୍ଷ ଅତିକ୍ରମ କରି ଡିସେମ୍ବର ୧୯ରେ ଏକ କୋଟି ସଂକ୍ଷକୁ ଅତିକ୍ରମ କରିଥିଲା। ସେହିପରି ମେ ୪ରେ ଦୁଇ କୋଟି ଏବଂ ଗତ ବର୍ଷ ଜୁନ୍ ୨୩ରେ ତିନି କୋଟି ମାଇଲଖୁଣ୍ଟ ଅତିକ୍ରମ କରିଥିଲା। ଚଳିତ ବର୍ଷ ଜାନୁୟାରୀ ୨୫ରେ ଏହା ଚାରି କୋଟି ମାର୍କ ଅତିକ୍ରମ କରିଛି।
Read Also | Odisha Winter Temperature: ଓଡ଼ିଶାରେ ବଢୁଛି ଶୀତ, କମୁଛି ତାପମାତ୍ରା
You Might Also Like It