ରାଜ୍ୟରେ ଏମଏସଏମଇ କ୍ଷେତ୍ରର ବିକାଶ କରିବା ପାଇଁ କୌଣସି ଜିନିଷର ଅଭାବ ନାହିଁ: ଧର୍ମେନ୍ଦ୍ର ପ୍ରଧାନ

Share this:

ବିଶ୍ୱ ଏମଏସଏମଇ ଦିବସରେ ନୂଆଦିଲ୍ଲୀର ଓଡିଆ ସମାଜ ପକ୍ଷରୁ ଶନିବାର ଆୟୋଜିତ ୱେବିନାର ‘ଓଡିଶାରେ ଏମଏସଏମଇ ନିମନ୍ତେ ଆର୍ଥିକ ପ୍ୟାକେଜ୍ ଏବଂ ସୁଯୋଗ’ରେ ଭିଡିଓ କନଫରେନ୍ସିଂରେ ସାମିଲ ହୋଇ ଓଡିଆ ଯୁବ ବ୍ୟବସାୟୀଙ୍କୁ ଉଦ୍ୟମୀ ବନାଇବା ପାଇଁ ସମସ୍ତଙ୍କୁ ଦାୟିତ୍ୱ ନେବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଓଡିଶାରେ ଏମଏସଏମଇ ସମେତ ଅନ୍ୟ ଆନୁଷଙ୍ଗିକ କ୍ଷେତ୍ରର ବିକାଶ କରିବା ପାଇଁଅର୍ଥ, ଦକ୍ଷତା, କଂଚାମାଲ, ପରିଶ୍ରମୀ ମାନବସମ୍ବଳ, ନିଜସ୍ୱ ବଜାର ଭଳି କୌଣସି ଜିନିଷର ଅଭାବ ନାହିଁ । ଭାରତ ସରକାର ଓ ରାଜ୍ୟ ସରକାର ମିଳିତ ଭାବରେ ଏମଏସଏମଇ ପାଇଁ ବଡ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି।ଏ ଦିଗକୁ ଲକ୍ଷ୍ୟରେ ରଖି ଓଡିଶାକୁ ନୂଆ ରାସ୍ତାରେ ନେବା ପାଇଁ ପଡିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ସେ କହିଛନ୍ତି ଦେଶ ଓ ଦେଶ ବାହାରେ ଓଡିଆମାନେ ଭଲ କାମ କରୁଛନ୍ତି ଏବଂ ଆର୍ଥିକ ସମ୍ବନ୍ଧୀୟ ବିଭାଗରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଅଛନ୍ତି । ରିଜର୍ଭ ବ୍ୟାଙ୍କ୍, ସେୟାର ମାର୍କେଟ, ବ୍ୟାଙ୍କିଂ ଜଗତ କିମ୍ବା ଆକାଉଟିଂ ଏବଂ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଓଡିଆ ଲୋକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ କାମ କରୁଛନ୍ତି। ଏହି ଲୋକମାନେ ହିଁ ନିଜର ଦାୟିତ୍ୱକୁ ଓଡିଆ ଲୋକଙ୍କ କାମରେ ଉପଯୋଗ କରନ୍ତୁ।

ଓଡିଶାର ଏମଏସଏମଇ କ୍ଷେତ୍ରରେ ସମ୍ଭାବନାକୁ ଦର୍ଶେଇବା ପାଇଁ ୱେବିନାର ଆୟୋଜନ କରିଥିବାରୁ ଓଡିଆ ସମାଜକୁ କେନ୍ଦ୍ରମନ୍ତ୍ରୀ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ୱେବିନାର ସାମିଲ ପ୍ରବକ୍ତାଙ୍କୁ ଏହି କାର୍ଯ୍ୟକ୍ରମରେ ରାଜ୍ୟ, ଦେଶ ଓ ଦେଶ ବାହାରୁ ଆସିଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ଶ୍ରୀ ପ୍ରଧାନ ନିବେଦନ କରିଥିଲେ।

Share this: