ପରୀକ୍ଷାର୍ଥୀ ଙ୍କ ପସନ୍ଦର ପରୀକ୍ଷା କେନ୍ଦ୍ର ରେ ଚଳିତ ବର୍ଷ ସିଭିଲ ସର୍ଭିସେସ୍‌ ଓ ଭାରତୀୟ ବନସେବା ପରୀକ୍ଷା

Share this:

କେନ୍ଦ୍ର ଲୋକସେବା ଆୟୋଗ ଚଳିତ ବର୍ଷର ସିଭିଲ ସର୍ଭିସେସ ଓ ଭାରତୀୟ ବନସେବା  ପ୍ରିଲିମିନାରୀ ପରୀକ୍ଷା ଆସନ୍ତା ଅକ୍ଟୋବର ୪ ତାରିଖ ରବିବାର ସମଗ୍ର ଦେଶରେ କରିବାକୁ ନିଷ୍ପତ୍ତି ନେଇଛି।

ଏହା ନୂତନ କାର୍ଯ୍ୟକ୍ରମ ଅନୁସାରେ କରାଯିବ ଏବଂ ଏଥିପାଇଁ ଚଳିତବର୍ଷ ଜୁନ୍‌ ୫  ତାରିଖରେ ସଂଶୋଧିତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏହି ଦୁଇ ପରୀକ୍ଷା ପାଇଁ ଆବେଦନ କରିଥିବା ବହୁ ସଂଖ୍ୟକ ପ୍ରାର୍ଥୀ ସେମାନଙ୍କ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରିବାକୁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆୟୋଗ ସଂପୃକ୍ତ ପ୍ରାର୍ଥୀମାନଙ୍କୁ ନିଜ ନିଜର ପସନ୍ଦଯୋଗ୍ୟ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାର ସୁବିଧା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସଂପୃକ୍ତ ପ୍ରାର୍ଥୀମାନେ ସଂଶୋଧିତ ପ୍ରକ୍ରିୟାରେ ନିଜ ନିଜର ପସନ୍ଦ ମୁତାବକ କେନ୍ଦ୍ରର ନାମ ଜଣାଇବାକୁ ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଇତିମଧ୍ୟରେ ସଂପୃକ୍ତ ଆବେଦନକାରୀଙ୍କୁ ଏ ବିଷୟରେ ଅବଗତ କରାଯାଇଛି। ତେବେ ଯେଉଁ କେନ୍ଦ୍ରରେ ସେମାନେ ପରୀକ୍ଷା ଦେବାକୁ ସାନି ମତାମତ ଦେଇଛନ୍ତି ସେ ସବୁ କେନ୍ଦ୍ରର ଅତିରିକ୍ତ ବା ପରିବର୍ଦ୍ଧିତ କ୍ଷମତାକୁ ବିଚାରକୁ ନେଇ ଏହା ଚୂଡାନ୍ତ ହେବ। ଏହି ସଂଶୋଧିତ ମନପସନ୍ଦ ପରୀକ୍ଷା କେନ୍ଦ୍ର ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ସେମାନଙ୍କ ପ୍ରସ୍ତାବ ଅନ୍‌ଲାଇନରେ ଆୟୋଗର ୱେବସାଇଟ https://upsconline.nic.inରେ ଦାଖଲ କରିପାରିବେ। ଏହି ସୁବିଧା ଦୁଇଟି ପର୍ଯ୍ୟାୟରେ ଯୋଗାଇ ଦିଆଯିବ। ପ୍ରଥମ ପର୍ଯ୍ୟାୟଟି ଜୁଲାଇ ୭ ରୁ ୧୩  ତାରିଖ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଏବଂ ଦ୍ୱିତୀୟଟି ଜୁଲାଇ ୨୦ ରୁ ୨୪  ତାରିଖ ସନ୍ଧ୍ୟା ୬ ଟା  ପର୍ଯ୍ୟନ୍ତ ଉପଲବ୍‌ଧ ହେବ। ପ୍ରାର୍ଥୀମାନେ ଏହି ୱେବସାଇଟ ମାଧ୍ୟମରେ ନିଜର ମନପସନ୍ଦର ପରୀକ୍ଷା କେନ୍ଦ୍ର ସଂପର୍କରେ ଆବଶ୍ୟକ ମଣିଲେ ତଥ୍ୟ ଦେଇପାରିବେ। କୌଣସି ଏକ ପରୀକ୍ଷା କେନ୍ଦ୍ରର କ୍ଷମତା ପୂରଣ ହୋଇଗଲେ ସେଥିରେ ଆଉ ଅଧିକ ପ୍ରାର୍ଥୀଙ୍କୁ ନିଆଯିବ ନାହିଁ। ସିଲିଂ ବ୍ୟବସ୍ଥା ଯୋଗୁଁ କୌଣସି ଆବେଦନକାରୀ ଯଦି ନିଜର ଇଛା ମୁତାବକ ପରୀକ୍ଷା କେନ୍ଦ୍ର ନପାଆନ୍ତି ତେବେ ତାଙ୍କୁ ଅବଶିଷ୍ଟ କେନ୍ଦ୍ରରୁ ଗୋଟିଏ ବାଛିବାକୁ ପଡିବ।

Share this: