Unlock-4 ରେ କ’ଣ କ’ଣ ଅନୁମତି ଅଛି, କେବେଠୁ ଅନୁମତି ଅଛି

Share this:

ନୂଆଦିଲ୍ଲୀ:କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନ୍‌ଲକ୍‌-୪ ( Unlock-4 )ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଏଥିରେ, ପ୍ରାୟ ସମସ୍ତ କାର୍ଯ୍ୟକଳାପକୁ କଣ୍ଟେନମେଣ୍ଟ ( Contentment ) ଜୋନ୍ ବାହାରେ ଅନୁମତି ଦିଆଯାଇଛି। ଅନଲକ୍-୪ ନିର୍ଦ୍ଦେଶାବଳୀରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ରାଜ୍ୟ ସରକାର ନିଜେ କଣ୍ଟେନମେଣ୍ଟ ଜୋନ୍ ବାହାରେ ଲକଡାଉନ (Lock Down ) କରିପାରିବେ ନାହିଁ। ରାଜ୍ୟ ଭିତରେ ଏବଂ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ପ୍ରବେଶ ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଏପରିକି ଦେଶର ଯେକୌଣସି ସ୍ଥାନକୁ ଯିବାକୁ କାହାକୁ ଅଲଗା ଅନୁମତି ନେବାକୁ ପଡିବ ନାହିଁ।

ଅନୁମତି ମିଳିଥିବା ମଧ୍ୟରେ ଅଛି :

ସେପ୍ଟେମ୍ବର ୧: ସ୍ନାତକୋତ୍ତର ( PG ) ଛାତ୍ରମାନଙ୍କ ପାଇଁ  ବୈଷୟକ ( Technical ) ଏବଂ ପରିଚାଳନା ସମ୍ବନ୍ଧୀୟ ବୃତ୍ତିଗତ ଶିକ୍ଷାନୁଷ୍ଠାନଗୁଡିକ ଆଇଆଇଟି ( ITI ) ଏବଂ ଆଇଆଇଏମ୍ ( IIM ) ଏବଂ ପିଏଚଡି (Phd  )ପରି ଗବେଷଣା କାର୍ଯ୍ୟ ସହ ଜଡିତ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ଖୋଲାଯିବ। କରୋନାରେ ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ଏଗୁଡିକ ପାଇଁ ଏସଓପି ( SOP )ଜାରି କରିପାରିବେ।

ସେପ୍ଟେମ୍ବର ୭: ମେଟ୍ରୋର ସେବା ଆରମ୍ଭ ହେବ। ଦିଲ୍ଲୀ ମେଟ୍ରୋ ରେଳ ନିଗମ କହିଛି ଯେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ସେପ୍ଟେମ୍ବର ୭ରୁ ଦିଲ୍ଲୀ ମେଟ୍ରୋ ସେବା ଆରମ୍ଭ କରିବ। ମେଟ୍ରୋ କାର୍ଯ୍ୟ ସମ୍ବନ୍ଧରେ ଏକ ବିସ୍ତୃତ ଏସଓପି  ଜାରି କରାଯିବ।

ସେପ୍ଟେମ୍ବର ୨୧ : ପ୍ରଥମ ଥର ପାଇଁ ବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ସୀମିତ କାର୍ଯ୍ୟକଳାପକୁ ଅନୁମତି ଦିଆଯାଇଛି। ରାଜ୍ୟ ସରକାର ସେମାନଙ୍କ ବିଦ୍ୟାଳୟରେ ୫୦ପ୍ରତିଶତ ଶିକ୍ଷକ ଏବଂ ଅଣ ଶିକ୍ଷକ କର୍ମଚାରୀଙ୍କୁ ଅନୁମତି ଦେଇପାରିବେ। ସେମାନଙ୍କୁ ଅନଲାଇନ୍ ପାଠପଢା,କୋଚିଂ, ଟେଲି କାଉନସେଲିଂ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ପାଇଁ ଅନୁମତି ଦିଆଯିବ।

– ଅଭିଭାବକଙ୍କ ଲିଖିତ ଅନୁମତି ସହିତ ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଶିକ୍ଷକମାନଙ୍କ ସହିତ ପରାମର୍ଶ ପାଇଁ ବିଦ୍ୟାଳୟକୁ ଯାଇପାରିବେ।  ବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ପାଇଁ ଚାପ ପକାଇପାରିବେ ନାହିଁ ବୋଲି କଡ଼ା ନିର୍ଦେଶ ରହିଛି

– ଆଇଟିଆଇ ( ITI ) ଏବଂ ଅନ୍ୟାନ୍ୟ ଦକ୍ଷତା ବିକାଶ ( Skilled Development ) ଏବଂ ଉଦ୍ୟୋଗୀ ତାଲିମ ସମ୍ବନ୍ଧୀୟ ଅନୁଷ୍ଠାନଗୁଡିକ ମଧ୍ୟ କାର୍ଯ୍ୟ ଆରମ୍ଭ କରିବାକୁ ସକ୍ଷମ ହେବେ।

– ସାମାଜିକ, ଧାର୍ମିକ, ରାଜନୈତିକ, ଶିକ୍ଷାଗତ ଏବଂ କ୍ରୀଡା ଇଭେଣ୍ଟଗୁଡିକ ଅନୁମତି ଦିଆଯିବ। କିନ୍ତୁ ସର୍ବାଧିକ ୧୦୦ ଲୋକ ଏଥିରେ ସାମିଲ ହେବେ।  ଫେସ୍ ମାସ୍କ, ସମାଜିକ ଦୂରତା ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ଅନୁସରଣ କରିବାକୁ ପଡିବ।

-ଖୋଲା ଏୟାର ଥିଏଟର ଚଳାଇବାକୁ ଅନୁମତି ଦିଆଯିବ।

Also Read:

ସାବଧାନ! ଆଧାର କାର୍ଡରେ ପୁରା ଜୀବନ କାଳରେ ଥରେ ମାତ୍ର ଏହି ଅପଡେଟ୍ କରିପାରିବେ

Unlock 4.0 ସେପ୍ଟେମ୍ବର ୧ରୁ ଲାଗୁ, ଶିକ୍ଷକ ସ୍କୁଲଆସି କରିବେ ଅନଲାଇନ କ୍ଳାସ, କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଲକ୍‌ ଡାଉନ୍‌

Share this: