ରାଜ୍ୟର ୪୭ ଲକ୍ଷରୁ ଉର୍ଦ୍ଧ୍ୱ ଗରିବ ମହିଳାଙ୍କ ଜୀବନଶୈଳିକୁ ଉନ୍ନତ କରିଛି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Share this:

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ସ୍ୱାମୀ ବିବେକାନନ୍ଦଙ୍କ ବିଚାରରେ ଦୃଢ଼ ବିଶ୍ୱାସ କରିବା ସହ ଏହାକୁ ଅନୁସରଣ କରି କାମରେ ମଧ୍ୟ ଲଗାଇଛନ୍ତି। “ମହିଳାଙ୍କ ପ୍ରତି ଆଚରଣ ଗୋଟିଏ ରାଷ୍ଟ୍ରର ପ୍ରଗତିକୁ ମାପିବାର ସବୁଠୁ ବଡ଼ ମାପକାଠି” ବୋଲି ସ୍ୱାମୀ ବିବେକାନନ୍ଦ କହିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏହି ବିଚାରଧାରାକୁ କାମରେ ଲଗାଇବା ସହ ମହିଳାଙ୍କ ଉନ୍ନତି ତଥା ସଶକ୍ତ କରିବା ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ମହିଳାକୁ ସଶକ୍ତ କରିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ପଦକ୍ଷେପ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୀତି ଯୋଗୁଁ ଦେଶର ଅନ୍ୟ ରାଜ୍ୟ ସମେତ ଓଡ଼ିଶାରେ ମଧ୍ୟ ପରବର୍ତ୍ତନ ଦେଖାଦେଇଛି।

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଓଡ଼ିଶାର ୪୭ ଲକ୍ଷରୁ ଉର୍ଦ୍ଧ୍ୱ ଗରିବ ମହିଳା ଏବଂ ସେମାନଙ୍କ ପରିବାରର ଜୀବନଶୈଳିକୁ ଉନ୍ନତ କରିଛି। ଅପରପକ୍ଷରେ ସ୍ୱଚ୍ଛ ଭାରତ ଅଭିଯାନରେ ଓଡ଼ିଶାରେ ୮୦ ଲକ୍ଷରୁ ଉର୍ଦ୍ଧ୍ୱ ଶୌଚାଳୟ ନିର୍ମାଣ ହୋଇଛି।ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର ଲାଭ ପାଇବା ମଧ୍ୟରେ ଓଡ଼ିଶା ଶ୍ରେଷ୍ଠ ୫ରାଜ୍ୟ ମଧ୍ୟରେ ରହିଛି।

ଦେଶର ଗରିବ ମହିଳାଙ୍କୁ ୮ କୋଟି ଏଲପିଜି ସିଲିଣ୍ଡର ପ୍ରଦାନ, ଜନଧନ ଏବଂ ମହିଳା ଶକ୍ତି କେନ୍ଦ୍ର ଭଳି ସମାବେଶୀ ଆର୍ଥିକ ଯୋଜନା ଗ୍ରାମାଞ୍ଚଳର ୨୨ କୋଟି ମହିଳାଙ୍କୁ ସଶକ୍ତ କରିଛି। ଏହାସହ ଦେଶର ୫ କୋଟି ମହିଳାଙ୍କୁ ମାତ୍ର ଏକ ଟଙ୍କାରେ ସାନିଟାରି ନ୍ୟାପକିନ୍ ଯୋଗାଇବା ଦିଗରେ ମୋଦୀ ସରକାର ସର୍ବଦା ଆଗୁଆ ରହିଛନ୍ତି। କେବଳ ମହିଳାଙ୍କ ଜୀବନଶୈଳିକୁ ପରିବର୍ତ୍ତନ କରିବା ନୁହେଁ ମହିଳାଙ୍କୁ ସମସ୍ତ ସମାନ ସୁଯୋଗ ଦେବା ଏବଂ ସଶକ୍ତ କରିବା ଭାରତ ସରକାରଙ୍କ ଆତ୍ମନିର୍ଭର ଭାରତ କରିବାର ମୂଳ ସ୍ତମ୍ଭ ହୋଇଛି। ବେଟି ବଚାଓ ଏବଂ ବେଟି ପଢାଓ ଓଡିଶା ସମେତ ଭାରତର ଗ୍ରାମାଞ୍ଚଳରେ ବଡ ପରିବର୍ତ୍ତନ ଆଣିପାରିଛି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ଇଚ୍ଛାଶକ୍ତି କାରଣରୁ ଆଜି ଦେଶର ମାଆ ଓ ଭଉଣୀମାନେ ଶୌଚ ଏବଂ ଜାଳେଣୀ କାଠ ପାଇଁ ଜଙ୍ଗଲ ଉପରେ ନିର୍ଭର କରୁନାହାନ୍ତି। ନାରୀ ତୁ ନାରାୟଣୀ ଦୂରଦୃଷ୍ଟି ମାଧ୍ୟମରେ ସରକାର ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଓ ସ୍ୱଚ୍ଛ ଭାରତ ଯୋଜନା ଆରମ୍ଭ କରି ମହିଳାଙ୍କ ଜୀବନଶୈଳିରେ ପରିବର୍ତ୍ତନ ଆଣିବା ସହ ସମ୍ମାନ ରକ୍ଷା କରିଛନ୍ତି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି।

Also Read:

ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ:ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳର କିଛି ମହିଳା ଓ ପୁରୁଷ ଏପରି କରିଦେଖାଇଲେ

NRA ଚାକିରି ଆଶାୟୀ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବ:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଏଥର ସରକାରୀ ଚାକିରି ପାଇଁ ଗୋଟିଏ ପରୀକ୍ଷା

Share this: