Umerkote News: ଉମରକୋଟର ୪ ଜଣ ନିଖୋଜ ଘଟଣା; ଅପହରଣ ନୁହେଁ, କୂଅରେ ପଡ଼ି ଘଟିଛି ମୃତ୍ୟୁ
ଉମରକୋଟ: Umerkote News ନବରଙ୍ଗପୁର ଜିଲ୍ଲା ଉମରକୋଟର ଗୋଟିଏ ପରିବାରର ୪ଜଣ ନିଖୋଜ ଥିବା ମାମଲାରେ ଛତିଶଗଡର କାଁକେର ଜିଲ୍ଲାରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏକ ପରିତ୍ୟକ୍ତ କୂଅ ଭିତରେ ପଡିଥିବା କାର୍ ମଧ୍ୟରେ ସେମାନଙ୍କ ମୃତଦେହ ମିଳିଛି। ଉମରକୋଟରେ ୪ ଜଣ ନିଖୋଜ ଘଟଣାର ସତ ସାମ୍ନାକୁ ଆସିଛି। ଅପହରଣ ନୁହେଁ ବରଂ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏକ କାରରେ ଯାଉଥିବା ବେଳେ ରାସ୍ତା କଡରେ ଥିବା ପରିତ୍ୟକ୍ତ କୂଅରେ ପଡ଼ି ସମସ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କାର ଟାୟାର ଫାଟି ଯିବାରୁ କୂଅ ଭିତରେ ପଶି ଯାଇଥିବା ଜଣାପଡ଼ିଛି। କୂଅରୁ ପାଣି ଖାଲି କରାଯାଇ ସସମସ୍ତଙ୍କୁ ଉଦ୍ଧାର କରିଛି ପୁଲିସ। କାଙ୍କେର ଓ ଉମରକୋଟ ପୋଲିସ ମାମଲାର ତଦନ୍ତ କରୁଛନ୍ତି।
ADVERTISMENT

ସୂଚନା ଅନୁସାରେ, ଗତ ୧୦ ତାରିଖ ଦିନ କାଙ୍କେରଠାରେ (Umerkote News) ଏକ ବିବାହ ଉତ୍ସବରେ ଯୋଗଦେବାପାଇଁ ରାଇଘର ତହସିଲର ସୁପରଭାଇଜର ସପନ ସରକାର ତାଙ୍କ ସ୍ତ୍ରୀ, ଶାଳକ ଏବଂ ଅନ୍ୟଜଣେ ସମ୍ପର୍କୀୟ କାଙ୍କେର ଯାଇଥିଲେ। ତେବେ ରାତିରେ କାଁକେର ଛାଡିବା ପରେ ସେମାନଙ୍କ ସହ କୌଣସି ଯୋଗାଯୋଗ ହୋଇପାରିନଥିଲା। ପରେ ସପନଙ୍କ ପୁଅ ଥାନାରେ ଏନେଇ ଏତଲା ଦାୟର କରିଥିଲେ। ରବିବାର ସକାଳୁ ପରିବାର ଲୋକେ ବିଭିନ୍ନ ଆଡେ ଖୋଜାଖୋଜି କରିଥିଲେ ବି ସେମାନଙ୍କ ପତ୍ତା ମିଳି ନ ଥିଲା। ଗତକାଲି ସେମାନଙ୍କୁ ଅପହରଣ କରାଯାଇଥିବା ନେଇ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ। ଏହାପରେ ପୋଲିସ ମାମଲାର ଯାଞ୍ଚ ଆରମ୍ଭ କରିଥିଲା।
Read Also
- Gold Price Today Odisha: ପୁଣି ଶସ୍ତା ହେଲା ସୁନା, ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ରହିଛି କ୍ୟାରେଟ୍ ଦର

- Joranda Magha Mela: ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ପରମ୍ପରା, ପ୍ରସ୍ତୁତି ଓ ଆଧ୍ୟାତ୍ମିକ ମହତ୍ତ୍ୱ

- Subhadra Yojana Installment In 2026: ଆଜି ମିଳିଲା ପୁଣି ସୁଭଦ୍ରା କିସ୍ତି

- PUC Certificate Odisha: ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ନିଷେଧ ନିୟମ ଫେବ୍ରୁଆରୀ ୧ରୁ ଲାଗୁ

- Gold Rate Today: ଆଜିର ସୁନା ଦର, ଦିନେ ବଢୁଛି ଦିନେ କମୁଛି

