‘କାହାନି ଘର ଘର କି’ ଟିଭି ସିରିୟାଲର ଅଭିନେତା ସମୀର ଶର୍ମାଙ୍କ ଆତ୍ମହତ୍ୟା

Share this:

ମୁମ୍ବାଇ: କରୋନା କାଳରେ ମନୋରଞ୍ଜନ ଜଗତରୁ ଗୋଟିଏ ପରେ ଗୋଟିଏ  ଦୁଃଖଦ ଖବର ଆସୁଛି। ଆଜି ଟିଭି ଜଗତର ଜଣାଶୁଣା ଅଭିନେତା ସମୀର ଶର୍ମା ଆତ୍ମହତ୍ୟା କରିଛନ୍ତି।  ସମୀରଙ୍କ ମୃତଦେହ ଘରର ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଛି। ସେ ମୁମ୍ବାଇସ୍ଥିତ ତାଙ୍କ ଘରେ ଆତ୍ମହତ୍ୟା କରିଥିଲେ। ସମୀର ଶର୍ମା ‘କାହାନି ଘର ଘର କି’ ‘ୟେ ରିସ୍ତା ହେ ପ୍ୟାର କେ’ ପରି ଟିଭି ସିରିଜରେ କାମ କରିଥିଲେ। ଏହି ମାମଲାରେ ପୋଲିସ ଏକ ଏଡିଆର ପଞ୍ଜିକରଣ କରିଛି।

ତେବେ ଆତ୍ମହତ୍ୟା ପଛର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ବର୍ତ୍ତମାନ ସୁଦ୍ଧା ପୋଲିସ କୌଣସି ଆତ୍ମହତ୍ୟା ନୋଟ୍ ଉଦ୍ଧାର କରିନାହିଁ। ଦୁଇ ଦିନ ପୂର୍ବରୁ ସମୀର ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। କାରଣ ପୋଲିସ ଫ୍ଲାଟ ଭିତରେ ପହଞ୍ଚିବା ପରେ ମୃତଦେହ କ୍ଷୟ ହେବା ଆରମ୍ଭ କରି ଦେଇଥିଲା।ପୋଲିସର ସୂଚନାନୁସାରେ ସମୀର ଚଳିତ ବର୍ଷ ଫେବୃଆରୀରେ ଏହି ଆପାର୍ଟମେଣ୍ଟକୁ ଭଡା ନେଇଥିଲେ।

୪୪ ବର୍ଷୀୟ ସମୀର ଛୋଟ ପରଦାରେ ଜଣେ ପ୍ରସିଦ୍ଧ ଅଭିନେତା ଥିଲେ। ସେ ଅନେକ ସିରିଏଲରେ ଅଭିନୟ କରିଥିଲେ।

Share this: