Breaking Newsଜାତୀୟ

ଭାରତରେ ଆଜି ରେକର୍ଡ ଆରୋଗ୍ୟ ହାର; ପାଖାପାଖି ୬୪ ପ୍ରତିଶତ

Share this:

ନୂଆଦିଲ୍ଲୀ :ଗତକାଲି ଗୋଟିଏ ଦିନରେ ଆରୋଗ୍ୟ ହାରରେ ସର୍ବୋଚ୍ଚ ରେକର୍ଡ ପରିଲକ୍ଷିତ ହୋଇଛି। ଗତ୨୪ଘଣ୍ଟା ମଧ୍ୟରେ ୩୬ ହଜାର ୧୪୫  ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଯାହାକି ଏକ ରେକର୍ଡ।  ଏଥିସହିତ ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୮ ଲକ୍ଷ ୮୫ ହଜାର ୫୭୬ ରେ ପହଞ୍ଚିଛି। ସେହିପରି ଆରୋଗ୍ୟ ହାର ସର୍ବାଧିକ ଶତକଡା ୬୩.୯୨ ରେ ପହଞ୍ଚିଛି। ଏଥିରୁ ସ୍ପଷ୍ଟ ଜଣାପଡିଛି ଯେ, ଆରୋଗ୍ୟ ହାର କ୍ରମାଗତ ଭାବେ ସକ୍ରିୟ ରୋଗୀଙ୍କ ତୁଳନାରେ ବଢି ଚାଲିଛି। ସକ୍ରିୟଙ୍କ ତୁଳନାରେ ଆରୋଗ୍ୟ ରୋଗୀଙ୍କ ସଂଖ୍ୟା ୪ଲକ୍ଷରୁ ଉର୍ଦ୍ଧ୍ଵ ହୋଇ ୪ ଲକ୍ଷ ୧୭ ହଜାର ୬୯୪ରେ ପହଞ୍ଚିଛି। ସୁସ୍ଥତା ମାମଲା ସକ୍ରିୟ ମାମଲାର ୧.୮୯ଗୁଣ ଅଧିକ।

ଏଥିସହିତ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଗୁଡିକୁ ପରୀକ୍ଷା, ଚିହ୍ନଟ, ଚିକିତ୍ସାକୁ ପାଥେୟ କରି କରୋନା ମୁକାବିଲା ପାଇଁ ପରାମର୍ଶ ଦେଇଛନ୍ତି।  ଗତ ୨୪ ଘଣ୍ଟା ମଧ୍ୟରେ ୪ ଲକ୍ଷ ୪୨ ହଜାର ୨୪୨ ନମୁନା ପରୀକ୍ଷଣ ସହିତ ଏହି ସଂଖ୍ୟା ନିୟୁତ ପିଛା ୧୧ ହଜର ୮୦୫ କୁ ବୃଦ୍ଧି ପାଇଥିବା ବେଳେ ମୋଟ ନମୁନା ପରୀକ୍ଷା ସଂଖ୍ୟା ଏକ କୋଟି ୬୨ ଲକ୍ଷ ୯୧ ହଜାର ୩୩୧ରେ ପହଞ୍ଚିଛି।

ପ୍ରଥମ ଥର ପାଇଁ ଗୋଟିଏ ଦିନରେ ସରକାରୀ ପରୀକ୍ଷାଗାରଗୁଡିକ ୩ ଲକହ ୬୨ ହଜାର ୧୫୩ ନମୁନା ଏବଂ ଘରୋଇ ପରୀକ୍ଷାଗାରଗୁଡିକ ୭୯ ହଜାର ୮୭୮ ନମୁନା ପରୀକ୍ଷା କରି ଏକ ରେକର୍ଡ ସୃଷ୍ଟି କରିଛନ୍ତି। ଅଧିକରୁ ଅଧିକ ନମୁନା ପରୀକ୍ଷା ସାଙ୍ଗକୁ ହସ୍ପିଟାଲର ଭିତ୍ତିଭୂମି ବୃଦ୍ଧି ତଥା ସରକାରୀ ଓ ଘରୋଇ କ୍ଷେତ୍ରର ସହଯୋଗ ମୃତ୍ୟୁହାର ହ୍ରାସ ପାଇବାରେ ସହାୟକ ହୋଇଛି। 

ବର୍ତ୍ତମାନ ଏହା ଦ୍ରୁତଗତିରେ ହ୍ରାସ ପାଇବା ସହ ୨.୩୧ ପ୍ରତିଶତରେ ରହିଛି ଯାହାକି ବିଶ୍ଵର ସର୍ବନିମ୍ନ ମୃତ୍ୟୁହାର ବୋଲି ଜଣାପଡିଛି।

Share this: