Breaking Newsଓଡ଼ିଶା

ଆଜି ଅନୁଗୋଳ ରୁ ୪ କରୋନା ପଜିଟିଭ ଚିହ୍ନଟ; ମୋଟ ପଜିଟିଭ ୧୫୮

Share this:

ଅନୁଗୋଳ : ଆଜି ଜିଲ୍ଲାରୁ ପୁଣି ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ୪ ପଜିଟିଭଙ୍କ ମଧ୍ୟରୁ ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ସର୍ବାଧିକ ୩ ଜଣ ଓ ତାଳଚେର ବ୍ଲକ ଅଞ୍ଚଳରୁ ଜଣେ ଚିହ୍ନଟ ହୋଇଛନ୍ତି। ଛେଣ୍ଡିପଦା ବ୍ଲକ ଅଞ୍ଚଳର ଜଣେ ୬୫ ବର୍ଷୀୟ ପୁରୁଷ,ଜଣେ ୪୫ ବର୍ଷୀୟ ମହିଳା ଓ ଜଣେ ୩ ବର୍ଷର ବାଳକ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି। ସେହିପରି ତାଳଚେର ବ୍ଲକ ଅଞ୍ଚଳର ଜଣେ ୨୪ ବର୍ଷୀୟ ପୁରୁଷ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ଯାଇଥିବା ବେଳେ ସେଠାରେ ତାଙ୍କର କରୋନା ସ୍ୱାବ ପରୀକ୍ଷଣରୁ ପଜିଟିଭ ଜଣାପଡିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କୁ ଚିକିତ୍ସା ନିମନ୍ତେ ତାଳଚେର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ବୋଲି ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି। ଜିଲ୍ଲାରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୮ରେ ପହଞ୍ଚିଛି।

Share this: