ଆଜି ପାଳିତ ହେଉଛି ନୂଆଁଖାଇ,ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୁଭେଛା

Share this:

ସମ୍ବଲପୁର ( ମହିମାଲାଇଭ ): ନୁଆଖାଇ ହେଉଛି ଏକ କୃଷି ପର୍ବ ଯାହା ମୁଖ୍ୟତଃ  ପଶ୍ଚିମ ଓଡିଶା ଲୋକମାନେ ବହୁ ଧୁମଧାମରେ  ପାଳନ କରନ୍ତି। ନୂତନ ଚାଉଳକୁ ସ୍ୱାଗତ କରିବାକୁ ନୁଆଖାଇ ପାଳନ କରାଯାଏ। ପରମ୍ପରା  ଅନୁଯାୟୀ ଗଣେଶ ଚତୁର୍ଥୀ ପର୍ବର ଗୋଟିଏ ଦିନ ପରେ ନୂଆଁଖାଇ। ଭାଦ୍ରବ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିରେ ଏବର୍ଷ ନୂଆଁଖାଇ ପଡିଛି। ଆଜି ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡିକରେ ଲୋକେ ନିଜ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ, ଗ୍ରାମ ଦେବୀ ତଥା ଇଷ୍ଟ ଦେବୀଦେବତାଙ୍କଠାରେ ନବାନ୍ନ ଅର୍ପଣ କରି ନୂଆଁ ଖାଇବେ।

ଏ ବର୍ଷ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କଠାରେ ମନ୍ଦିରରେ ପଣ୍ଡିତ ମହାସଭାରେ ନିର୍ଦ୍ଧାରିତ ଲଗ୍ନରେ ପୂର୍ବାହ୍ନ ୯ଟା ୩୫ରୁ ୯ଟା ୫୦ ମିନିଟ ମଧ୍ୟରେ ନବାନ୍ନ ଲାଗି ହେବ। ଭକ୍ତମାନଙ୍କ ସକାଶେ ମହାଆଳତୀ ଓ ମାଁଙ୍କ ଦର୍ଶନ ଅନ୍‌ଲାଇନରେ ଦିନ ପ୍ରାୟ ସାଢ଼େ ୧୧ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ। ଚଳିତବର୍ଷ କରୋନା କଟକଣା ଯୋଗୁଁ ମନ୍ଦିର ବନ୍ଦ ରହିଥିବାରୁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ମାଁ ସମଲେଶ୍ୱରୀଙ୍କ ଅନ୍‌ଲାଇନ ଦର୍ଶନ ବ୍ୟବସ୍ଥା କରାଯାଇଛି। ଚଳିତବର୍ଷ କୋଭିଡ-୧୯ କଟକଣାକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ଦେବୀଙ୍କ ନବାନ୍ନ ଭୋଗ ବଣ୍ଟନ କରାନଯିବାକୁ ନିଷ୍ପତି ହୋଇଛି।

ନୁଆଖାଇ ଜୁହାରର ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଏକ ଟୁଇଟ୍‌ରେ କହିଛନ୍ତି, “ନୁଆଖାଇର ବିଶେଷ ଉତ୍ସବ ହେଉଛି ଆମର କୃଷକଙ୍କ ପରିଶ୍ରମକୁ ପାଳନ କରିବା। ସେମାନଙ୍କର ଉଦ୍ୟମ ହେତୁ ଦେଶକୁ ଖାଇବାକୁ ଦିଆଯାଇ ପାରୁଛି। ଏହି ଶୁଭ ଦିନ ସମସ୍ତଙ୍କ ପାଇଁ ସମୃଦ୍ଧତା ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣନ୍ତୁ।

ନୁଆଖାଇ ଜୁହାର! “

Share this: