Breaking Newsଓଡ଼ିଶା ଗଛରେ ଝୁଲୁଛି ତିନି ଶବ July 30, 2020 MahimaLive 16 Views Angul, Angul City, chhendipada police, odisha, ODISHA NEWS, three dead bodies, two boys and one girl, village jungle 0 min read Share this: ଅନୁଗୋଳ : ଗଛ ଡାଳରେ ଝୁଲୁଛି ୩ଜଣଙ୍କ ମୃତଦେହ। ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟା ଗ୍ରାମର ଡିମିରିକୁଦା ଜଙ୍ଗଲରେ। ଗ୍ରାମର ଜଣେ ଗାଈ ଚରାଳି ଗାଈ ଚରାଇ ଡିମିରିକୁଦା ଜଙ୍ଗଲରୁ ଫେରୁଥିବା ବେଳେ ୩ ଜଣଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ଏହି ତିନିଜଣଙ୍କ ଭିତରୁ ଦୁଇଜଣ ପୁଅ ଓ ଜଣେ ଝିଅ ଅଛନ୍ତି। ଗାଇ ଚରାଳି ଜଣଙ୍କ ଗାଁ ଲୋକଙ୍କୁ କହିଥିଲେ ଏବଂ ଗ୍ରାମବାସୀ ପୁଲିସକୁ ଖବର ଦେବା ସହ ଘଟଣାସ୍ଥଳରେ ପହଞ୍ଚି ୩ଟି ମୃତଦେହ ଗଛ ଡାଳରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ଗୋଟିଏ ଗଛରେ ପୁଅ ଆଉ ଝିଅ ଝୁଲୁଥିବା ବେଳେ ଅନ୍ୟ ଏକ ଗଛରେ ଆଉ ଜଣେ ପୁଅ ଝୁଲୁଥିବାର ଦେଖିବାକୁ ମିଳିଛି। ବର୍ତ୍ତମାନ ଛେଣ୍ଡିପଦା ପୁଲିସ ଘଟଣା ସ୍ଥଳରେ ପହଁଚି ଶବ ଜବତ କରିଛି। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। From The Web Share this: