ଉତ୍ତର ସିକିମରୁ ତିନି ଚୀନ ନାଗରିକଙ୍କୁ ଉଦ୍ଧାର କଲା ଭାରତୀୟ ସେନା

Share this:

ଉତ୍ତର ସିକିମର ମାଳଭୂମି ଅଞ୍ଚଳର ୧୭ ହଜାର ୫୦୦ ଫୁଟ ଉଚ୍ଚତାରେ ରାସ୍ତା ହରାଇଥିବା ତିନି ଚୀନ ନାଗରିକଙ୍କୁ ସେପ୍ଟେମ୍ବର ୩ ରେ ଭାରତୀୟ ସେନା ଉଦ୍ଧାର କରିଛି।

ତାପମାତ୍ରା ଶୂନ୍ୟରୁ କମ ଥିବାରୁ ତିନି ଚୀନ ନାଗରିକଙ୍କ  ମଧ୍ୟରେ ଦୁଇ ପୁରୁଷ ଓ ଜଣେ ମହିଳାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି ଭାରତୀୟ ସେନା ତୁରନ୍ତ ସେମାନଙ୍କ ନିକଟରେ ପହଞ୍ଚି ଅତ୍ୟଧିକ ଉଚ୍ଚତା ଓ ପ୍ରତିକୂଳ ପାଗଜନିତ ବିପଦରୁ ରକ୍ଷା କରିବା ପାଇଁ ଅକ୍ସିଜେନ,ଖାଦ୍ୟ ଓ ଗରମ ପୋଷାକ ସମେତ ଚିକିତ୍ସା ସହାୟତା ପ୍ରଦାନ କରାଯାଇଛି। ସେମାନଙ୍କୁ ଚରମ ଉଚ୍ଚତା ତଥା କଠିନ ଜଳବାୟୁ ପରିସ୍ଥିତିରୁ ରକ୍ଷା କରିଥିଲେ।

ଚୀନ ନାଗରିକମାନଙ୍କୁ ସେମାନଙ୍କ ଗନ୍ତବ୍ୟରେ ପହଁଚିବା ପାଇଁ ରାସ୍ତା ପ୍ରଦର୍ଶନ କରି ଭାରତୀୟ ସେନା ଫେରିଥିଲା। ତୁରନ୍ତ ସହାୟତା ଯୋଗାଇ ଦେଇଥିବାରୁ ଚୀନ ନାଗରିକମାନେ ଭାରତ ଓ ଭାରତୀୟ ସେନା ପ୍ରତି କୃତଜ୍ଞତା ଜଣାଇଛନ୍ତି।

Also Read:

Share this: