ଓଡ଼ିଶା

ତାଳଚେର ବ୍ଲକର ତେଣ୍ଟୁଲେଇ ଗ୍ରାମପଞ୍ଚାୟତ ସଟ୍ ଡାଉନ

Share this:

ତାଳଚେର: ଆଜି ତେଣ୍ଟୁଲେଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାଉଥବଲଣ୍ଡା  କଲୋନୀରୁ ତିନିଜଣ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ସାଉଥବଲଣ୍ଡା ଏରିଆ ଏବଂ ସମ୍ପୂର୍ଣ୍ଣ ତେଣ୍ଟୁଲେଇ ଗ୍ରାମପଞ୍ଚାୟତ କୁ ଆଜିଠାରୁ ଅର୍ଥାତ ୭-୦୮-୨୦୨୦ ଠାରୁ ୧୬-୦୮-୨୦୨୦ (ରବିବାର) ରାତ୍ର ସମୟ ୯ ଘଟିକା ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା ଗ୍ରାମପଞ୍ଚାୟତ ସରପଞ୍ଚ କରିଛନ୍ତି। ଏହି ସମୟ ମଧ୍ୟରେ ତେଣ୍ଟୁଲେଇ ଗ୍ରାମପଞ୍ଚାୟତର ସମସ୍ତ ମୁଖ୍ୟ ରାସ୍ତାକୁ ସିଲ କରାଗଲା ଏବଂ ଲୋକମାନଙ୍କର ଯିବାଆସିବାରେ ରୋକ ଲଗାଗଲା।

ସଟ ଡାଉନ ସମୟରେ ଅତ୍ୟାବଶ୍ୟକ ସେବା ବ୍ୟତୀତ  ଅନ୍ୟ ସମସ୍ତ ସେବା ବନ୍ଦ ରହିବ। ସରକାରଙ୍କ ଦ୍ଵାରା ପ୍ରଣିତ ନିୟମ ଅନୁଯାୟୀ ସାମାଜିକ ଦୂରତା ଅବଲମ୍ବନ ଏବଂ ମାସ୍କ ପିନ୍ଧିବାକୁ ଜନସାଧାରଣଙ୍କୁ  ପରାମର୍ଶ ଦିଆଗଲା। ଜନସାଧାରଣ ଆତଙ୍କିତ ନହୋଇ ଗ୍ରାମ ଶାସନର ପଦକ୍ଷେପକୁ ସମର୍ଥନ ଜଣାଇ ସୁରକ୍ଷିତ ରୁହନ୍ତୁ ଓ ଅନ୍ୟକୁ ସୁରକ୍ଷିତ ରଖନ୍ତୁ ବୋଲି ସରପଞ୍ଚ ଅନୁରୋଧ କରିଛନ୍ତି।  

Share this: