Breaking Newsଓଡ଼ିଶା ଢେଙ୍କାନାଳ ଜିଲ୍ଲାରେ ଆଉ ୧୦ ଜଣ କରୋନା ପଜିଟିଭ ଚିହ୍ନଟ,ସମୁଦାୟ ୧୪୨ଆକ୍ରାନ୍ତ ଏବଂ ୯୩ ଜଣ ସୁସ୍ଥ July 21, 2020 MahimaLive 17 Views CORONA TEST, CORONA VACCINE, dhenkanal, Dhenkanal covid-19, National News, odisha, odishafightscorona 1 min read Share this: ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକରୁ ସମୁଦାୟ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଁଦିଆ ବ୍ଲକର ନିହଲପ୍ରସାଦ ସଂଗରୋଧ କେନ୍ଦ୍ର ରୁ ୨ ଜଣ ମନ୍ଦାର ସଂଗରୋଧ କେନ୍ଦ୍ରରୁ ଜଣେ ଚିହ୍ନଟ ହୋଇଥିବାବେଳେ ଲେଥେକା ଗ୍ରାମରୁ ହୋମ୍ କ୍ୱାରାଣ୍ଟାଇନ୍ ରୁ ୬ ଜଣ ଏବଂ ପିଂଗୁଆ ରେ ହୋମ୍ କ୍ୱାରାଣ୍ଟାଇନ୍ ରେ ଥିବା ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ର ରେ ଥିବା ଜଣେ ବ୍ୟକ୍ତି ମହାରାଷ୍ଟ୍ର ରୁ,ଜଣେ ଆନ୍ଧ୍ରପ୍ରଦେଶ ଓ ଜଣେ କର୍ଣାଟକ ରୁ ଆସିଥିବାବେଳେ ଅନ୍ୟ ଜଣେ କଟକ ରୁ ଆସିଥିଲେ। ଅନ୍ୟମାନେ କରୋନା ସଂକ୍ରମିତ ଙ୍କ ସଂସ୍ପର୍ଶରେ ଆସିଥିବାରୁ ହୋମ୍ କ୍ୱାରାଣ୍ଟାଇନ୍ ରେ ଥିଲେ।ଏମାନଙ୍କର ସ୍ଵାବ ଜୁଲାଇ ୧୮ ତାରିଖ ରେ ସଂଗ୍ରହ କରାଯାଇଥିଲା ଏବଂ ଜୁଲାଇ ୨୦ ତାରିଖ ରେ ରିପୋର୍ଟ୍ ପଜିଟିଭ ଆସିଛି। ସମସ୍ତ ପଜିଟିଭ କୁ ଚିକିତ୍ସା ନିମନ୍ତେ ଢେଙ୍କାନାଳ କୋଭିଡ଼ ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଛି ଏବଂ ସେମାନେ ରହୁଥିବା ସମସ୍ତ ସଙ୍ଗରୋଧ କେନ୍ଦ୍ର ଏବଂ ଗୃହକୁ ବିଶୋଧନ କରାଯାଇଛି। ଯେହେତୁ ଏମାନେ ବାହାରୁ ଆସି ସଙ୍ଗରୋଧରେ ଥିଲେ ତେଣୁ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ନହିଁ। ଚିକିତ୍ସା ପରେ ଜିଲ୍ଲାର ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିସୁଦ୍ଧା ଜିଲ୍ଲାରେ ୧୪୨ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୪୯ ଜଣ ଆକ୍ରାନ୍ତ ଚିକିତ୍ସିତ ଅଛନ୍ତି। FROM THE WEB Share this: