ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍ ର ଅଗ୍ରଗତି ନେଇ ଶ୍ରୀ ଡି.ଭି ସଦାନନ୍ଦ ଗୌଡ଼ା ଙ୍କ ମିଟିଂ
ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍ ରେ ୨୦୨୩ ସୁଦ୍ଧା ଉତ୍ପାଦନ
ରାସାୟନିକ ଏବଂ ସାର ମନ୍ତ୍ରୀ ଶ୍ରୀ ଡି.ଭି. ସଦାନନ୍ଦ ଗୌଡ଼ା ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍ ର ଅଗ୍ରଗତିର ମିଟିଂ ରେ ଅଂଶ ଗ୍ରହଣ କରିଥିଲେ। ଏହି ମିଟିଂ ରେ ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍ ର ଶ୍ରୀ ଏସ୍ ଯାଦବ, ଏମଡି ଏବଂ ଶ୍ରୀ ଏସ୍ ଗାୱାଡେ, ନିର୍ଦ୍ଦେଶକ (ଅପରେସନ୍) ଉପସ୍ଥିତ ଥିଲେ।
ଓଡିଶାର, ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍ ରେ ବାର୍ଷିକ ୧୨.୭ ଲକ୍ଷ ମେଟ୍ରିକ ଟନ ର ୟୁରିଆ ଉତ୍ପାଦନ କରିପାରିବ। ଏହା ଏକ ମିଳିତ ଭେଞ୍ଚର କମ୍ପାନୀ। ଏଥିରେ ଗେଲ , ସିଆଇଏଲ, ଆରସିଏଫ ଏବଂ ଏଫସିଆଇଏଲ କୁ ନେଇ ଗଠିତ। ଏହା କାର୍ଯ୍ୟକ୍ଷମ ହେବା ପରେ ଭାରତରେ ୟୁରିଆ ଉତ୍ପାଦନ ପାଇଁ କୋଇଲା ଗ୍ୟାସିଫିକେସନ୍ ଟେକ୍ନୋଲୋଜି ପ୍ରଥମ ଥର କାର୍ଯ୍ୟକାରୀ ହେବ। ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ପ୍ରାୟ ୧୩,୨୭୦ କୋଟି। ଏହି ପ୍ରକଳ୍ପର ସଫଳ ସମାପ୍ତି ଆମଦାନୀ ହୋଇଥିବା ୟୁରିଆ ଉପରେ ଭାରତର ନିର୍ଭରଶୀଳତାକୁ ହ୍ରାସ କରିବ ଏବଂ ଶହ ଶହ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି।
ମିଟିଂ ରେ ପ୍ରକଳ୍ପର ଏମଡି , ଶ୍ରୀ ଏସ୍ ଯାଦବ ପ୍ରକଳ୍ପର ଅଗ୍ରଗତିର ସ୍ଥିତି ଏବଂ କୋଭିଡ଼-୧୯ ସଙ୍କଟ କାରଣରୁ ପ୍ରକଳ୍ପ କାର୍ଯ୍ୟକାରୀ ହେବା ସମୟରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ବିଷୟରେ ସୂଚନା ଦେଇଥିଲେ। ସେ କହିଛନ୍ତି ଯେ ମେ ମାସରୁ କାମ ଆରମ୍ଭ ହୋଇଛି ତଥାପି, ଯାତ୍ରା ପ୍ରତିବନ୍ଧକ ଏବଂ ଶ୍ରମିକମାନଙ୍କର ଅଭାବ ଭଳି ସମସ୍ୟା ଯୋଗୁଁ ଏହି ପ୍ରକଳ୍ପ ଆଜିଠାରୁ ପ୍ରାୟ ଛଅ ମାସ ବିଳମ୍ବ ହୋଇଛି। ଧାର୍ଯ୍ୟ ସମୟସୀମା ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି ସେ ଆଶ୍ୱାସନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ କୋଭିଡ଼ ପରିସ୍ଥିତି ବର୍ତ୍ତମାନ ପ୍ରକଳ୍ପର କାର୍ଯ୍ୟକାରିତାକୁ ବିଳମ୍ବ କରିପାରେ, ତଥାପି ଆମେ ଶୀଘ୍ର ଶୀଘ୍ର କାର୍ଯ୍ୟକାରିତା ଦ୍ୱାରା ବର୍ତ୍ତମାନର ବିଳମ୍ବକୁ କ୍ଷତିପୂରଣ ଦେବାକୁ ପ୍ରସ୍ତୁତ ହେବା ଆବଶ୍ୟକ ଯାହା ଦ୍ଵାରା ଏହି ପ୍ରକଳ୍ପ ସମୟସୀମା ଅର୍ଥାତ୍ ସେପ୍ଟେମ୍ବର ୨୦୨୩ ସୁଦ୍ଧା କାର୍ଯ୍ୟକ୍ଷମ ହେବ।
ତା’ସହିତ ରାମଗୁଣ୍ଡମ୍, ଗୋରଖପୁର, ବାରୁନି ଏବଂ ସିନ୍ଦ୍ରିରେ ଥିବା ଅନ୍ୟ ଚାରିଟି ପୁନର୍ଜୀବନ ପ୍ରକଳ୍ପ ସହିତ ୟୁରିଆ ଉତ୍ପାଦନରେ ଆତ୍ମନିର୍ଭରଶୀଳତା ହାସଲ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ହାସଲ କରିବାକୁ ସମର୍ଥ ହେବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।