ସୁରେଶ ରୈନା ମୁହଁ ଖୋଲିଲେ କାହିଁକି ଫେରିଲେ ଦୁବାଇରୁ,ପରିବାର ପାଇଁ ପଞ୍ଜାବ ସିଏମ ଅମରିନ୍ଦର ସିଂଙ୍କୁ ମାଗିଲେ ସାହାଯ୍ୟ
ଚଣ୍ଡିଗଡ:ଦୁବାଇରୁ ଫେରିଆସିବାକୁ ନେଇ କ୍ରିକେଟର ସୁରେଶ ରୈନା (Suresh Raina )ଙ୍କ ବିଷୟରେ ବହୁତ କଥା ଶୁଣିବାକୁ ମିଳୁଥିଲା। ସୁରେଶ ରୈନା କହିଛନ୍ତି ଯେ ତାଙ୍କ ପିଉସୀଙ୍କ ପରିବାର ଉପରେ ହୋଇଥିବା ଆକ୍ରମଣ ବର୍ତ୍ତମାନ ସୁଦ୍ଧା କିଏ ଏହି ଆକ୍ରମଣ କରିଛି ତାହା ମଧ୍ୟ ସେ ଜାଣି ନାହାଁନ୍ତି। ପରିବାର ଉପରେ ହୋଇଥିବା ଆକ୍ରମଣ କାରଣରୁ ଦୁବାଇରେ ଆଇପିଏଲ ( IPL )ଛାଡି ଦେଶକୁ ଫେରିଥିବା ରାଇନା ଗତ କିଛି ଦିନ ମଧ୍ୟରେ ତାଙ୍କ ପରିବାରରେ କ’ଣ ଘଟିଛି ତାହା ଟ୍ୱିଟର ମାଧ୍ୟମରେ କହିଛନ୍ତି। ସେ ପଞ୍ଜାବ ପୋଲିସ ଏବଂ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ସହାୟତା ଲୋଡିଛନ୍ତି।
ରାଇନା ଟ୍ୱିଟ୍ କରି କହିଛନ୍ତି ଯେ, ପଞ୍ଜାବରେ ମୋ ପରିବାର ସହ ଯାହା ଘଟିଛି ତାହା ବହୁତ ଭୟଙ୍କର। ମୋର ପିଉସାଙ୍କୁ ହତ୍ୟା କରାଯାଇଥିଲା। ମୋର ପିଉସୀ ଏବଂ ମୋର ସମ୍ପର୍କୀୟ ପିଉସିପୁଅ ଭାଇ ଗୁରୁତର ଆହତ ହୋଇଥିଲେ। ଦୁର୍ଭାଗ୍ୟବଶତଃ ମୋ ସମ୍ପର୍କୀୟ ଭାଇ ମଧ୍ୟ ଗତକାଲି ରାତିରେ ଜୀବନ ପାଇଁ ସଂଘର୍ଷ କରୁଥିବାବେଳେ ମୃତ୍ୟୁ ବରଣ କରିଥିଲେ। ମୋର ପି ଉସୀଙ୍କ ଅବସ୍ଥା ଗୁରୁତର ଏବଂ ସେ ଜୀବନ ସହାୟତା ( Ventilator )ରେ ଅଛନ୍ତି।
ରାଇନା ଅନ୍ୟ ଏକ ଟ୍ୱିଟରେ ଲେଖିଛନ୍ତି, ଆଜି ପର୍ଯ୍ୟନ୍ତ ଆମେ ଜାଣି ନାହୁଁ ସେହି ରାତିରେ ପ୍ରକୃତରେ କ’ଣ ଘଟିଥିଲା ଏବଂ କିଏ ଏହା କଲା? ଏହି ଘଟଣାର ତଦନ୍ତ ପାଇଁ ମୁଁ ପଞ୍ଜାବ ପୋଲିସକୁ ନିବେଦନ କରୁଛି। ଅନ୍ତତଃ ପକ୍ଷେ ଆମକୁ ଜଣାନ୍ତୁ କିଏ ଏହି ଘୃଣ୍ୟ ଅପରାଧ କରିଛି। ଅଧିକ ଅପରାଧ କରିବା ପାଇଁ ସେହି ଅପରାଧୀଙ୍କୁ ରକ୍ଷା କରାଯିବା ଉଚିତ ନୁହେଁ।
ସୂଚନାଯୋଗ୍ୟ, ପଞ୍ଝାବର ପଠାନକୋଟ ଜିଲ୍ଲାରେ ସୁରେଶ ରୈନାଙ୍କ ପିଉସୀଙ୍କ ଘର ପଞ୍ଝାବରେ ଆକ୍ରମଣ ହୋଇଥିଲା। ସେତେବେଳେ ସେମାନେ ସମସ୍ତେ ଘରର ଛାତ ଉପରେ ଶୋଇଥିଲେ। ରୈନାଙ୍କ ପିଉସାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଚାରିଜଣ ଆହତ ହୋଇଥିଲେ।ଏହି ସୂଚନା ପାଇବା ପରେ ରୈନା ଦୁବାଇରୁ ଆଇପିଏଲକୁ ଛାଡି ଘରକୁ ଫେରିଥିଲେ।
Also Read: