Ollywood: ଆସନ୍ତା କାଲି ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ବାହାଘର

Share this:

ଭୁବନେଶ୍ଵର: ଆସନ୍ତାକାଲି ସୋମବାର ବିବାହ ବନ୍ଧନରେ ବାନ୍ଧି ହେବେ ଓଲିଉଡ଼ (Ollywood) ର ଚର୍ଚ୍ଚିତ ଯୋଡ଼ି ସବ୍ୟ- ଅର୍ଚ୍ଚିତା (Sabya-Archita)। ବିବାହ କରିବା ନେଇ ଉଭୟେ ସୋସିଆଲ ମିଡିଆ (Social Media) ରେ ସୂଚନା ଦେଇଛନ୍ତି। ଏକ ଟ୍ଵିଟ ରେ ନୂଆ ସମ୍ପର୍କ ଆରମ୍ଭ କରୁଥିବାରୁ ପ୍ରଭୁ ଜଗନ୍ନାଥଙ୍କ ସହ ଓଡ଼ିଶାବାସୀଙ୍କ ଆଶୀର୍ବାଦ ମାଗିଛନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା।

ସେମାନେ ଲେଖିଛନ୍ତି ଯେ ସବୁ ଖରାପ ଓ ଭଲ ସମୟରେ ସମସ୍ତଙ୍କ ସହଯୋଗ ରହିଛି। ଆଉ ଆଗକୁ ସେହି ସହଯୋଗ ରହିବ ବୋଲି ଆଶା କରିଛନ୍ତି। ପୂର୍ବରୁ ଦୁହିଁଙ୍କ ଯୋଡି ସୁପରହିଟ ଥିବାରୁ ତାଙ୍କୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ।

ରବିବାର ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ଅଭିନେତା ସବ୍ୟସାଚୀ । ଆସନ୍ତାକାଲି ରାଜସ୍ଥାନର ଏକ ହୋଟେଲରେ ସେମାନଙ୍କର ବିବାହ ଅନୁଷ୍ଠିତ ହେବ। ଅର୍ଚ୍ଚିତା ଏବଂ ସବ୍ୟସାଚୀ ବହୁ ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି। ଓଡିଆ ସିନେମା ମଧ୍ୟରେ ପିଲାଟା ବିଗିଡି ଗଲା, ତୋର ମୋର ଯୋଡି ସୁନ୍ଦର, କେଉଁ ଦୁନିଁଆରୁ ଆସିଲ ବନ୍ଧୁ, ମୁଁ ସପନର ସୌଦାଘର, ପାଗଳ କରିଛି ପାଉଁଜି ତୋର, ମୁଁ ଏକା ତୁମର ଇତ୍ୟାଦି ସଫଳ ଅଭିନୟ କରିଛନ୍ତି।

[amazon_auto_links id=”10233″]

Also Read | Digital Media Guidelines: Content ଉପରେ ପ୍ରତିବନ୍ଧକ ଲାଗୁ କରିବା ପାଇଁ କୌଣସି ନୂଆ ବ୍ୟବସ୍ଥା କରାଯାଇ ନାହିଁ

Share this:

Leave a Reply

Your email address will not be published. Required fields are marked *