ରାଜ୍ୟରେ ରେକର୍ଡ ସଂଖ୍ୟକ ୫୬୫ ଜଣ ସୁସ୍ଥ ହେଲେ କରୋନା ଆକ୍ରାନ୍ତ; ମୋଟ ଆରୋଗ୍ୟଙ୍କ ସଂଖ୍ୟା ୭୯୭୨ କୁ ବୃଦ୍ଧି

Share this:

ରାଜ୍ୟରେ ଶୁକ୍ରବାର ଆଉ ୫୬୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୭,୯୭୨ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ ୧୮୫ ଜଣ ଓ ତା’ତଳକୁ ରାୟଗଡ଼ା ଜିଲ୍ଲାରୁ ୮୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି,ବଲାଙ୍ଗୀରି ଜିଲ୍ଲାରୁ ୪୫ ଜଣ,କଟକ ଜିଲ୍ଲାରୁ ୩୨ ଜଣ ଓ ମାଲକାନଗିରି ଜିଲ୍ଲାରୁ ୩୦ ଜଣ ସୁସ୍ଥ ହୋଇଛନ୍ତି। ବରଗଡ଼ ଓ ସୁନ୍ଦରଗଡ ଜିଲ୍ଲାରୁ ୨୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଅନଗୁଳ ଜିଲାରୁ ୨୩ ଜଣ ସୁସ୍ଥ ହୋଇଛନ୍ତି। ଜଗତସିଂପୁର ଓ ବାଲେଶ୍ଵର ଜିଲ୍ଲାରୁ ୧୭ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି, ଖୋର୍ଦ୍ଧା ଜିଲ୍ଲାରୁ ୧୫ ଜଣ,ଯାଜପୁର ରୁ ୧୩ ଜଣ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦ ଜଣ ସୁସ୍ଥ ହୋଇଛନ୍ତି। ଗଜପତି,ଝାରସୁଗୁଡା ଓ ନବରଂଗପୁର ଜିଲ୍ଲାରୁ ୮ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ମୟୂରଭଞ୍ଜ ରୁ ୭ ଜଣ ସୁସ୍ଥ ହୋଇଛନ୍ତି। ଭଦ୍ରକ ରୁ ୪ ଓ ପୁରୀ ରୁ ୩ ଜଣ ସୁସ୍ଥ ହୋଇଛନ୍ତି। ଢେଙ୍କାନାଳ ଓ କେଉଁଝର ଜିଲ୍ଲାରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ସମ୍ବଲପୁର ,ବୌଦ୍ଧ ଓ କନ୍ଧମାଳ ଜିଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ବୋଲି ସୂଚନା ଦିଆଯାଇଛି।

Share this: