ରାୟଗଡରେ ୫ ମହଲା ବିଲଡିଂ ଭୁଶୁଡ଼ି ଦୁଇଜଣଙ୍କ ମୃତ୍ୟୁ, ଉଦ୍ଧାର କାର୍ଯ୍ୟ ଜାରି

Share this:

ମୁମ୍ବାଇ:ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ସୋମବାର ସନ୍ଧ୍ୟାରେ କାଜଲପୁରା ରେ ଏକ ପାଞ୍ଚ ମହଲା କୋଠା ଭୁଶୁଡ଼ିବାରେ ୨ ଜଣଙ୍କ ମୃତ୍ୟୁହୋଇଛି।  ସେ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରାୟଗଡ ଜିଲ୍ଲା କଲେକ୍ଟରଙ୍କ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ୧୮ ଜଣ ଲୋକ ଆବର୍ଜନା ତଳେ ଫସି ରହିଥିବା କୁହାଯାଉଛି।

ମହାରାଷ୍ଟ୍ର ମନ୍ତ୍ରୀ ଆଦିତ୍ୟ ଠାକରେ ଏବଂ ଏକନାଥ ଶିନ୍ଦେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ତିନୋଟି ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (NDRF) ଟିମ୍ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଥିବା ବେଳେ ସାମାନ୍ୟ ଆହତଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି।

ପ୍ରଭାବିତ ପରିବାରକୁ ସରକାର ସାହାଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ପାଇଁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିର୍ଦ୍ଦେଶକ ଜେନେରାଲ (DG), ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (NDRF) କୁ ନିର୍ଦ୍ଦେଶ ଦେଇଛନ୍ତି। ଡିଜି ଏନଡିଆରଏଫ୍, ସତ୍ୟ ନାରାୟଣ ପ୍ରଧାନ ଟ୍ୱିଟରରେ ସୂଚନା ଦେଇଛନ୍ତି ଏବଂ କହିଛନ୍ତି ଯେ ଏନଡିଆରଏଫ୍ ର ତିନିଟି ଟିମ୍ ପୁଣେରୁ ସମସ୍ତ ସ୍ୱତନ୍ତ୍ର ଉପକରଣ ସହିତ ଉଦ୍ଧାର କାର୍ଯ୍ୟ ପାଇଁ ଯାଉଛନ୍ତି। ଏନଆରଡିଏଫ କହିଛି ଯେ ରାୟଗଡର କାଜଲପୁରାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୂଚନଯୋଗ୍ୟ ,ଏହି ପାଞ୍ଚ ମହଲା ବିଶିଷ୍ଟ ଆବାସିକ କୋଠାଟି ମାତ୍ର ଦଶ ବର୍ଷ ପୁରୁଣା ଥିଲା ଏହି ବିଲଡିଂରେ ମୋଟ ୪୫ ଟି ଫ୍ଲାଟ ଥିଲା।  ସ୍ଥାନୀୟ ଲୋକଙ୍କ  ସୂଚନାଅନୁସାରେ ଯେ ଦୁର୍ଘଟଣାର ପ୍ରାୟ ଏକ ଘଣ୍ଟା ପୂର୍ବରୁ କୋଠାଟି କମ୍ପୁଥିଲା, ଯାହା ପରେ କିଛି ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଏହି ବିଲଡିଂ ର ପତନକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିଲଡିଂ ରେ ୫୦ପରିବାର ରହୁଥିଲେ।

Also Read:

୭୩ ଦିନ ମଧ୍ୟରେ କୋଭିଶିଲ୍ଡ ଟୀକା ପାଇବା ଉପରେ ସେରମ୍ ଇନଷ୍ଟିଚ୍ୟୁଟ୍ ର ବିବୃତ୍ତି

ମଲ୍ ଏବଂ ମଦ ଦୋକାନ ଖୋଲିପାରେ, ତେବେ ମନ୍ଦିର କାହିଁକି ନୁହେଁ? ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ଏପରି ପ୍ରଶ୍ନ କରିଛନ୍ତି

Share this: