ବିଧାନସଭା ଅଧିବେଶନ ପୂର୍ବରୁ ୨୩ ଜଣ ବିଧାୟକ କରୋନାରେ ଆକ୍ରାନ୍ତ

Share this:

ଚଣ୍ଡିଗଡ: ପଞ୍ଜାବରେ ହେବାକୁ ଥିବା ସ୍ୱତନ୍ତ୍ର ବିଧାନସଭା ଅଧିବେଶନର ଠିକ ଦୁଇ ଦିନ ପୂର୍ବରୁ୨୩ ଜଣ ବିଧାୟକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ରାଜ୍ୟ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏହି ସୂଚନା ବୁଧବାର ଦିନ ଦେଇଛନ୍ତି।

ସୂଚନଯୋଗ୍ୟ, ଅଗଷ୍ଟ ୨୮ରେ ଅନୁଷ୍ଠିତ ହେବାକୁ ଥିବା ଏକ ଦିନିଆ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ପୂର୍ବରୁ ପଞ୍ଜାବ ସରକାର ସମସ୍ତ ବିଧାୟକଙ୍କ କରୋନା ପରୀକ୍ଷା କରୁଛନ୍ତି। ମୋଟ ୧୧୭ ବିଧାୟକଙ୍କ ମଧ୍ୟରୁ ୨୩ ଜଣ ବିଧାୟକଙ୍କ ଏପର୍ଯ୍ୟନ୍ତ କରୋନା ପଜିଟିଭ୍ ଥିବା ଜଣାପଡିଛି। କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି ଯେ ସମସ୍ତ ବିଧାୟକଙ୍କୁ କରୋନା ରିପୋର୍ଟ ପାଇଁ କୁହାଯାଇଛି ଯେଉଁମାନଙ୍କ ରିପୋର୍ଟ୍  ନେଗଟିଭ  ଅଛି  କେବଳ ସେମାନେ ବିଧାନସଭା ଅଧିବେଶନରେ ଯୋଗ ଦେଇ ପାରିବେ।

ରାଜ୍ୟର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରାଜିନ୍ଦର ବାଜୱା କରୋନୋ ଭୂତାଣୁ  ସଂକ୍ରମିତ ହୋଇଥିବା ପ୍ରଥମ ମନ୍ତ୍ରୀ ଏବଂ ଏବେ ସେ ସୁସ୍ଥ ହୋଇ ବୈଠକ ରେ ଯୋଗ ଦେଉଛନ୍ତି।ଏହା ବ୍ୟତୀତ ପଞ୍ଜାବ ବିଧାନସଭାର ଡେପୁଟି ବାଚସ୍ପତି ଅଜୟାବ ସିଂ ଭଟ୍ଟୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି।

Also Read:

ମାର୍ଚ୍ଚରୁ ଗୁଜୁରାଟ ଜନସଂଖ୍ୟାର ଅଧାଲୋକଙ୍କୁ ହୋମିଓପାଥିକ ଔଷଧ କରୋନା ରୋକିବା ପାଇଁ ଦିଆଯାଇଛି

୬୫ ବର୍ଷ ବୟସ୍କା ମହିଳାଙ୍କର ୧୪ ମାସରେ ଆଠଟି ସନ୍ତାନ ଜନ୍ମ ;ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ତଦନ୍ତ ନିର୍ଦ୍ଦେଶ

Share this: