ରାଜ୍ୟରେ ନୂଆ ୬୪୭ କରୋନା ପଜିଟିଭ ଚିହ୍ନଟ; ଆକ୍ରାନ୍ତ ଙ୍କ ସଂଖ୍ୟା ଦିନ କୁ ଦିନ ବଢୁଛି

Share this:

ରାଜ୍ୟରେ ଆଜି  ୬୪୭  କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୪୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୧୬ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୨୩ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୨୨୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି କଟକ ରୁ  ୮୪  ଓ ଭଦ୍ରକ ଜିଲାରେ ୧୨ ଜଣ  ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା  ରୁ ୬୮ ଜଣ ଓ ଜଗତସିଂହପୁର ଜିଲ୍ଲା ରୁ ୭ ଜଣ ଚିହ୍ନଟ ହୋଇଛନ୍ତି। କନ୍ଧମାଳ  ଓ ବଲାଙ୍ଗୀରି ରୁ ୫ ଜଣ ଜଣ ଲେଖାଏଁ  ସଂକ୍ରମିତ ହୋଇଛନ୍ତି।   କୋରାପୁଟ  ରୁ ୨୮ ଜଣ ସଂକ୍ରମିତ ହୋଇଛନ୍ତି। ରାୟଗଡା ଜିଲାରୁ ୪୭ ଜଣ ସଂକ୍ରମିତ ହୋଇଛନ୍ତି।  ସୁନ୍ଦରଗଡ଼ ଜିଲ୍ଲାରୁ ୨୨  ଆକ୍ରାନ୍ତ ହୋଇଛନ୍ତି। ଅନୁଗୋଳ  ଜିଲ୍ଲାରୁ ୩୭ ଜଣ ସଂକ୍ରମିତ ହୋଇଛନ୍ତି। ବାଲେଶ୍ଵର ଜିଲ୍ଲା ରୁ ୪୦ ଜଣ  ସଂକ୍ରମିତ ହୋଇଛନ୍ତି। ସେହିପରି କେଉଁଝର ରୁ ୮  ଜଣ , କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୩ ଜଣ ସଂକ୍ରମିତ ହୋଇଛନ୍ତି। ଢେଙ୍କାନାଳ,ସମ୍ବଲପୁର ଓ ମାଲକାନଗିରି ଜିଲ୍ଲାରୁ ୧୦ ଜଣ ଲେଖାଏଁ  ସଂକ୍ରମିତ ହୋଇଛନ୍ତି। ବରଗଡ଼ ଓ ନୟାଗଡ଼ ଜିଲ୍ଲାରୁ ୪ ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜ ଜିଲାରୁ ୩ ଜଣ ସଂକ୍ରମିତ ହୋଇଛନ୍ତି। ଯାଜପୁର ଓ ନବରଙ୍ଗପୁର ରୁ ୨ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି। ସେହିପରି ସୋନପୁର ଋ ଜଣେ ସଂକ୍ରମିତ ହୋଇଛନ୍ତି।   

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୪ ଲକ୍ଷ ଏକ ହଜାର ୬୪୪  ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୮,୭୫୭  ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ଛନ୍ତି। ୧୨  ହଜାର ୯୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫ ହଜାର ୭୧୫ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Share this: