Paradip Port: ପାରାଦ୍ଵୀପ ବନ୍ଦରକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ରାଜ୍ୟସଭାରେ ଦାବି

Share this:

ନୂଆଦିଲ୍ଲୀ: ବିଜେଡି (BJD) ରାଜ୍ୟସଭା (Rajya Sabha) ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଆଜି ରାଜ୍ୟସଭାରେ ପାରାଦ୍ଵୀପ ବନ୍ଦରକୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ଦାବି କରିଛନ୍ତି।

ଆଜି ରାଜ୍ୟସଭାରେ ଶୂନ୍ୟକାଳ (Zero Hour) ରେ ଲିଖିତ ଆକାରରେ ସେ ଏହି ଦାବି କରିଥିବା ଜଣାପଡିଛି। ସେ କହିଛନ୍ତି  ଯେ, ବିଜୁ ପଟ୍ଟନାୟକଙ୍କ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଯୋଗଦାନ, ଉଲ୍ଲେଖନୀୟ ନେତୃତ୍ୱ ଏବଂ ତାଙ୍କ ସାହସ ପାଇଁ ଜାତୀୟସ୍ତରରେ ପରିଚିତ। ସେ ପାରାଦ୍ଵୀପ ବନ୍ଦରର ପ୍ରତିଷ୍ଠାତା ଥିଲେ, ଯାହା ଏବେ ଭାରତର ବଡ଼ ବନ୍ଦରମାନଙ୍କ ମଧ୍ୟରେ ପରିଗଣିତ ହୋଇଛି। ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ଆଖି ଆଗରେ ରଖି ତାଙ୍କ ସ୍ମୃତିରେ ପାରାଦ୍ଵୀପ ବନ୍ଦରକୁ ତାଙ୍କ ନାମରେ ନାମିତ କରି ଏହାର ନାମ ବିଜୁ ପଟ୍ଟନାୟକ ପୋର୍ଟ ଟ୍ରଷ୍ଟ (Biju Patnaik Port Trust) ରଖାଯାଉ ବୋଲି ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ପାରାଦ୍ଵୀପ ବନ୍ଦର ନିର୍ମାଣର ପ୍ରାଣ ପ୍ରତିଷ୍ଠାତା ହେଉଛନ୍ତି ସ୍ଵର୍ଗତ ବିଜୁ ପଟ୍ଟନାୟକ। ତାଙ୍କର ଚଳପ୍ରଚଳ ଆତ୍ମା ହିଁ ଏହି ବନ୍ଦର ନିର୍ମାଣ ପଛରେ ଥିଲା। ଫଳରେ ଏହାର ମୂଳଦୁଆ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଦ୍ଵାରା ୩ ଜାନୁୟାରୀ ୧୯୬୨ ରେ ସ୍ଥାପିତ ହୋଇଥିଲା। ୧ ଜୁନ୍ ୧୯୬୫ ରେ କେନ୍ଦ୍ରସରକାର, ରାଜ୍ୟ ସରକାରଙ୍କଠାରୁ ବନ୍ଦରର ପରିଚାଳନା ଦାୟିତ୍ଵ ଗ୍ରହଣ କରିଥିଲେ। ୧୨ ମାର୍ଚ୍ଚ, ୧୯୬୬ ରେ ବନ୍ଦରଟି ଟ୍ରାଫିକ୍ ପାଇଁ ଖୋଲା ଯାଇଥିଲା। ପୂର୍ବ ଉପକୂଳରେ ଏହା ପ୍ରଥମ ପ୍ରମୁଖ ବନ୍ଦର ଭାବରେ ୧୮ ଏପ୍ରିଲ ୧୯୬୬ ରେ କେନ୍ଦ୍ର ପାରାଦ୍ଵୀପକୁ ଭାରତର ଅଷ୍ଟମ ପ୍ରମୁଖ ବନ୍ଦର ଭାବରେ ଘୋଷଣା କରିଥିଲା।

Also Read:

Odisha Admission Plus Two Updates: ଆଜିଠୁ +୨ ନାମଲେଖା ଆରମ୍ଭ

Share this:

One thought on “Paradip Port: ପାରାଦ୍ଵୀପ ବନ୍ଦରକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ରାଜ୍ୟସଭାରେ ଦାବି

Leave a Reply

Your email address will not be published. Required fields are marked *