OPSC ASO ପରୀକ୍ଷା ରେଜଲ୍ଟକୁ ନେଇ ହାଇକୋର୍ଟ ଗଲେ ପରୀକ୍ଷାର୍ଥୀ

Share this:

ଭୁବନେଶ୍ୱର: OPSC ASO ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ ପରିଚାଳିତ ଏଏସ୍‌ଓ ପରୀକ୍ଷା (OPSC ASO) ର ରେଜଲ୍ଟକୁ ନେଇ ବିବାଦ ବଢିବାରେ ଲାଗିଛି। ଅନିୟମିତତା ଏବଂ ଦୁର୍ନୀତି  ହୋଇଥିବା ଅଭିଯୋଗ ନେଇ ଅନେକ ନିଯୁକ୍ତି ଆଶାୟୀ ପରୀକ୍ଷାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଚୟନ ପ୍ରକ୍ରିୟାରେ ତ୍ରୁଟି ଦର୍ଶାଇ ଏକାଧିକ ମାମଲା ଦାୟର ହୋଇଛି। ଏହି ମାମଲାକୁ ନେଇ ଆସନ୍ତା ସୋମବାର ଦିନ ଶୁଣାଣି ହେବାର ସମ୍ଭାବନା ରହିଛି।

ସେପଟେ, ଏହା ସମ୍ପୁର୍ଣ୍ଣ ଭିତ୍ତିହୀନ ଓ ମିଥ୍ୟା ବୋଲି ଓପିଏସସି କର୍ତ୍ତୃପକ୍ଷ ଏକ ପ୍ରେସ ନୋଟ ଜାରି କରି ଗତକାଲି କହିଥିଲେ। ତେବେ ଏହି ଅଭିଯୋଗକୁ ଓପିଏସସି ଅଧ୍ୟକ୍ଷ ସତ୍ୟଜିତ୍ ମହାନ୍ତି ସିଧାସଳଖ ଶୁଣିବା ପରେ, ସିସିଟିଭି ଫୁଟେଜ୍ ଦେଖାଇ ହେବ ନାହିଁ, ସେମାନେ ଯାଂଚ୍ କରିବେ କହି ନିଯୁକ୍ତି ଆଶାୟୀମାନଙ୍କୁ ଫେରାଇ ଦେଇଥିଲେ ବୋଲି ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି।

ssc

ସୂଚନାଯୋଗ୍ୟ, ରାଜ୍ୟ ସଚିବାଳୟରେ ଖାଲିପଡ଼ିଥିବା ୭୯୬ ଆସିଷ୍ଟାଣ୍ଟ ସେକ୍ସନ ଅଫିସର-ASO ପଦରେ ନିଯୁକ୍ତି ପାଇଁ ଅଗଷ୍ଟ ୨୭ ତାରିଖରେ ରାଜ୍ୟସାରା ୪୩୩ କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ଓପିଏସସି ଦ୍ଵାରା କରାଯାଇଥିଲା। ଏଥିରେ ପ୍ରାୟ ୧ ଲକ୍ଷ ୪୮ ହଜାରରୁ ଅଧିକ ପରୀକ୍ଷାର୍ଥୀ ୩ଟି ସିଟିଂରେ ପରୀକ୍ଷା ଦେଇଥିଲେ। ମୋଟ ୪୦୦ ମାର୍କର ଅବଜେକଟିଭ୍ ପରୀକ୍ଷା ହୋଇଥିଲା।

ପରୀକ୍ଷା ଫଳ ବାହାରିବା ପୂର୍ବରୁ ଅନ୍ୟ ପରୀକ୍ଷା ପରି ଏହାର “ଆନସର କି” ଏବଂ  “କଟଅଫ୍ ମାର୍କ” ପ୍ରକାଶ କରାଯାଉ ନାହିଁ। ନିଯୁକ୍ତି ପତ୍ର ପାଇବା ପରେ ସମସ୍ତ ପରୀକ୍ଷାର୍ଥୀଙ୍କ ମୋଟ ମାର୍କ ଏବଂ ଆନସର କି ୱେବସାଇଟରେ OPSC ପକ୍ଷରୁ ପ୍ରକାଶ ପାଉଛି। ଏହାହିଁ ପରୀକ୍ଷାରେ ସ୍ଵଚ୍ଛତା ନେଇ ଥିବା ସନ୍ଦେହ ଦୃଢ଼ୀଭୂତ ହେଉଛି ବୋଲି ପରୀକ୍ଷାର୍ଥୀ ଅଭିଯୋଗ କରୁଛନ୍ତି।

ssc cgl amazon

ପୂର୍ବରୁ ରାଜ୍ୟ ସଚିବାଳୟରେ ଖାଲିପଡ଼ିଥିବା ୭୯୬ Assistant Section Officer -ASO ପଦରେ ନିଯୁକ୍ତି ପାଇଁ ଅଗଷ୍ଟ ୨୭ ତାରିଖରେ ରାଜ୍ୟସାରା ୪୩୩ କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ଓପିଏସସି ଦ୍ଵାରା କରାଯାଇଥିଲା। ଏଥିରେ ପ୍ରାୟ ୧ ଲକ୍ଷ ୪୮ ହଜାରରୁ ଅଧିକ ପରୀକ୍ଷାର୍ଥୀ ୩ଟି ସିଟିଂରେ ପରୀକ୍ଷା ଦେଇଥିଲେ। ମୋଟ ୪୦୦ ମାର୍କର ଅବଜେକଟିଭ୍ ପରୀକ୍ଷା ହୋଇଥିଲା।

Read Also | Today Weather Odisha : ଓଡ଼ିଶାରେ ବଢିବ ଶୀତ

Share this:

Leave a Reply

Your email address will not be published. Required fields are marked *