OJEE 2020: ଆସନ୍ତା ଅକ୍ଟୋବର ୧୨ରୁ ୧୯ ତାରିଖ ମଧ୍ୟରେ ହେବ ଓଜେଇଇ ପରୀକ୍ଷା

Share this:

ଭୁବନେଶ୍ଵର: କରୋନାକୁ ନେଇ ରାଜ୍ୟରେ ବନ୍ଦ ଥିଲା ଓଜେଇଇ ୨୦୨୦ ପ୍ରବେଶିକା ପରୀକ୍ଷା। ବର୍ତ୍ତମାନ ଅକ୍ଟୋବର ୧୨ରୁ ୧୯ ଯାଏଁ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(OJEE) ଆୟୋଜିତ ହେବ। ରାଜ୍ୟରେ ୨୧ଟି ସହରରେ ୫୦ଟି ସେଣ୍ଟରରେ ହେବ ପରୀକ୍ଷା। ସମସ୍ତ ପରୀକ୍ଷା କମ୍ପ୍ୟୁଟର ଆଧାରିତ ହେବ। ଏଥିସହିତ ରାଜ୍ୟ ବାହାରେ କୋଲକାତା, ପାଟନା ଓ ରାଞ୍ଚିରେ ମଧ୍ୟ ପରୀକ୍ଷା ଆୟୋଜିତ ହେବ।

ସୂଚନାଯୋଗ୍ୟ ନିକଟରେ ଦେଶରେ ଏନଟିଏ ପକ୍ଷରୁ ଜେଇଇ(JEE )ଓ ନିଟ୍ (NEET-2020 )ପରୀକ୍ଷା ଆୟୋଜିତ ହୋଇ ସାରିଛି। ଓଜେଇଇ କମ୍ପ୍ୟୁଟର ଆଧାରିତ ପରୀକ୍ଷା (Computer Based Test) ହେବ। ପ୍ରତ୍ୟେକ ଦିନ ପରୀକ୍ଷା ତିନୋଟି ସିଫ୍ଟରେ କରାଯିବ। ପରୀକ୍ଷା ବିଷୟରେ ଅଧିକ ଜାଣିବା ପାଇଁ ଛାତ୍ରଛାତ୍ରୀ ୱେବସାଇଟକୁ ଲଗଇନ କରିପାରନ୍ତି। https://ojee.nic.in/publicinfo/public/home.aspx କିମ୍ବା https://odishajee.com/

Also Read:

Cut Off Mark: ପ୍ରକାଶ ପାଇଲା +2 କଳା, ବିଜ୍ଞାନ ଓ ବାଣିଜ୍ୟର କଟ୍ ଅଫ୍ ମାର୍କ

Share this: