Weather Report Odisha: ଆସନ୍ତା ତିନିଦିନ ବୃଦ୍ଧି ପାଇବ ତାପମାତ୍ରା, ୟେଲୋ ୱାର୍ଣ୍ଣିଂ ଜାରି

Share this:

ଭୁବନେଶ୍ଵର:Weather Report Odisha ରାଜ୍ୟରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଛି। ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଆସନ୍ତା ୩ରୁ ୪ ଦିନ ଯାଏଁ ରାଜ୍ୟକୁ ଶୁଷ୍କ ଏବଂ ଉତ୍ତପ୍ତ ବାୟୁ ପ୍ରବାହ ସମ୍ଭାବନା ରହିଥିବାରୁ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାପମାତ୍ରା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ସୂଚନା ଅନୁସାରେ ଆସନ୍ତା ୧୫ ଓ ୧୬ ତାରିଖରେ କେତେକ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ହେବ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ବିଭାଗ ପକ୍ଷରୁ ଜାରି କରାଯାଇଛି। ଗତକାଲି ସର୍ବାଧିକ ଦିନ ତାପମାତ୍ରା ୩୭ଦଶମିକ ୭ ଡିଗ୍ରୀ ସେଲସିୟସ ଟିଟିଲାଗଡଠାରେ ରେକର୍ଡ କରାଯାଇଛି। ଅନ୍ୟାନ୍ୟ ସହରଗୁଡ଼ିକ ମଧ୍ୟରେ ବଲାଙ୍ଗୀରର ତାପମାତ୍ରା ୩୭ଦଶମିକ ୫ ଏବଂ ଛତ୍ରପୁରର ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ ରହିଥିଲା। ପ୍ରାୟ ସବୁ ସହରର ତାପମାତ୍ରା ୩୧ଡିଗ୍ରୀ ସେଲସିୟସ ଉପରେ ରେକର୍ଡ କରାଯାଇଛି।

Share this:

Leave a Reply

Your email address will not be published. Required fields are marked *