Covid19 Odisha Update: ଆଜି ୪୧୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ଵର: ରାଜ୍ୟରେ ଆଜି ୪୧୨୧ ଜଣ କରୋନା (Corona Virus) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ଲକ୍ଷ ୨୯ ହଜାର ୮୫୯ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।
ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୭୫୨ ଜଣ ସୁସ୍ଥ ହୋଇଛନ୍ତି। ସେହିପରି, କଟକରୁ ୪୪୦ ଜଣ, ବରଗଡ଼ରୁ ୧୮୧ ଜଣ, ଯାଜପୁରରୁ ୨୭୨ ଜଣ, ମୟୁରଭଞ୍ଜରୁ ୧୨୬ ଜଣ, ଭଦ୍ରକରୁ ୬୨ ଜଣ, ବାଲେଶ୍ଵରରୁ ୧୦୮ ଜଣ, ଢେଙ୍କାନାଳରୁ ୧୫୦ ଜଣ, ପୁରୀରୁ ୨୭୫ ଜଣ, ଜଗତସିଂପୁରରୁ ୯୭ ଜଣ, ରାୟଗଡାରୁ ୬୧ ଜଣ, ଗଞ୍ଜାମରୁ ୧୦୩ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୬୦ ଜଣ, ଅନୁଗୋଳରୁ ୧୮୭ ଜଣ, ନୟାଗଡ ୫୬ ଜଣ, ସୋନପୁରରୁ ୧୨୨ ଜଣ , ବଲାଙ୍ଗୀରରୁ ୧୦୮ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୬୪, ନବରଙ୍ଗପୁରରୁ ୫୯ ଜଣ , ଝାରସୁଗୁଡାରୁ ୬୬ ଜଣ, କେନ୍ଦ୍ରାପଡା ୭୫, କୋରାପୁଟରୁ ୧୧୯ ଜଣ, କେଉଁଝରରୁ ୮୩ ଜଣ, କନ୍ଧମାଳରୁ ୬୯ ଜଣ, ନୂଆପଡ଼ାରୁ ୨୬୮ ଜଣ, କଳାହାଣ୍ଡିରୁ ୫୧ ଜଣ, ଗଜପତିରୁ ୨୯ ଜଣ, ବୌଦ୍ଧରୁ ୭୬ ଜଣ, ମାଲକାନଗିରି ଜିଲ୍ଲାରୁ ୧୩ ଜଣ ଏବଂ ଦେଓଗଡରୁ ୨୪ ଜଣ ସୁସ୍ଥ ହୋଇଛନ୍ତି।
Also Read:
Pingback: Parliament Session Update: ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ବିଲ୍କୁ ପାର୍ଲାମେଣ୍ଟର ଅନୁମୋଦନ : MAHIMALIVE
Pingback: Covid19 India Update: ଦେଶରେ ଗତ ୨୪ ଘଣ୍ଟାରେ ୯୭ ହଜାରରୁ ଅଧିକ କରୋନାରେ ସଂକ୍ରମିତ,୧୧୩୨ ଜଣ ମୃତ : MAHIMALIVE