ଅଗଷ୍ଟ ପାଇଁ ଅନଲକ୍ ୩.୦ ନିର୍ଦ୍ଧେଶାବଳୀ : ଓଡ଼ିଶା

Share this:

ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ ଜିଲ୍ଲା ଓ ରାଉରକେଲା ଶନିବାର ଓ ରବିବାର ସଟ୍‌ଡାଉନ୍‌

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଅଗଷ୍ଟ ୧ ରୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ କରୋନା କଟକଣା ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଜୀବନ ସହିତ ଜୀବିକାକୁ ସମାନ ଗୁରୁତ୍ଵ ଦେଇ ରାଜ୍ୟ ସରକାର ଅଗଷ୍ଟ ମାସ ପାଇଁ କିଛି କ୍ଷେତ୍ରରେ କଟକଣା କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ସମସ୍ତେ ସହଯୋଗ କରିବା ଆବଶ୍ୟକ ହୋଇପଡ଼ିଛି। ଯେଉଁମାନେ ବିଶୃଙ୍ଖଳା ସୃଷ୍ଟି କରିବେ, ସରକାରଙ୍କ ନିୟମ ମାନିବେନି, ମନମାନି କରିବେ, ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କଡା ସୂଚନା ଦେଇଛନ୍ତି।

ମୁଖ୍ୟସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ମାସ୍କ, ସାମାଜିକ ଦୂରତା, ସର୍ବସାଧାରଣରେ ଛେପ ପକାଇବା ଓ ସମାବେଶ ଭଳି ଘଟଣାକୁ ସରକାର ଗମ୍ଭୀରତାର ସହିତ ବିଚାର କରୁଛନ୍ତି। ସେ କହିଲେ କେବଳ ୧୦ ପ୍ରତିଶତ ଲୋକ କରୋନା କଟକଣା କୁ ମାନୁନାହାନ୍ତି, ନିଜ ପାଇଁ ବିପଦ ସୃଷ୍ଟି କରିବା ସହିତ ବାକି ୯୦ ପ୍ରତିଶତ ଲୋକଙ୍କ ପାଇଁ ବିପଦ ଡାକି ଆଣୁଛନ୍ତି। ସେମାନଙ୍କର ଏଭଳି ଅମାନିଆପଣକୁ ଆଉ ବରଦାସ୍ତ କରାଯିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ସ୍ଵତନ୍ତ୍ର ରିଲିଫ୍ କମିସନର ମାସକ ପାଇଁ ତାଙ୍କର ନିର୍ଦେଶାବଳୀ ଜାରି କରିଛନ୍ତି।

  • ମାସ୍କ ନ ପିନ୍ଧିଲେ ବା ନାକ ତଳ କୁ ରଖିଲେ ପ୍ରଥମ ଦୁଇଥର ଉଲ୍ଲଂଘନ ପାଇଁ ୧ ହଜାର ଟଙ୍କା ଲେଖାଏଁ ଫାଇନ ଗଣିବାକୁ ପଡିବ। ପରବର୍ତୀ ଉଲ୍ଲଂଘନ ପାଇଁ ୫ ହଜାର ଟଙ୍କା ଦେବାକୁ ପଡିବ।  
  • କୌଣସି ବି ସ୍ଥାନରେ ୧୦ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ଯଦି କୌଣସି ବିବାହ, ବ୍ରତ ଆଦି ସାମାଜିକ ଉତ୍ସବରେ ଏହାର ଉଲ୍ଲଂଘନ ହୁଏ, ସେ କ୍ଷେତ୍ରରେ ସଂପୃକ୍ତ ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କା ଜରିମାନା କରାଯିବା ସହିତ ତାଙ୍କ ବିରୋଧରେ ଫୌଜଦାରୀ ମାମଲା ଦାୟର କରାଯିବ।
  • ସରକାରୀ ନିୟମ ଭାଙ୍ଗିଥିବା ମଣ୍ଡପ, ହୋଟେଲ ଆଦିକୁ ପ୍ରଥମେ ୭ ଦିନ ପାଇଁ ସିଲ୍ କରିଦିଆଯିବ।
  • ଦୋକାନରେ ସାମାଜିକ ଦୂରତା ନିୟମ ଭାଙ୍ଗିଲେ ୧୦ ହଜାର ଟଙ୍କା ଦେବା ସହିତ ଏକ ସପ୍ତାହ ସିଲ୍ ହେବ ଓ ଦ୍ୱିତୀୟ ଥର ନିୟମ ଉଲଂଘନ କଲେ ଜରିମାନା ସହିତ ଏକ ମାସ ସିଲ୍ ହେବ।
  • ରାତ୍ରିକାଳୀନ କର୍ଫ୍ୟୁରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଜରୁରୀ ଓ ଅତ୍ୟାବଶ୍ୟକ ସେବାରେ ଥିବା ବ୍ୟକ୍ତି ଓ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ କେହି ଆତଯାତ କରିପାରିବେ ନାହିଁ।
  • ୬୫ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ବା ୧୦ବର୍ଷରୁ କମ୍ ବୟସର ପିଲା, ଗର୍ଭବତୀ ମହିଳା, ଏକାଧିକ ରୋଗରେ ପୀଡିତ ବ୍ୟକ୍ତି ବାହାରକୁ ଯାଇପାରିବେ ନାହିଁ।
  • ଅଗଷ୍ଟ ୫ ତାରିଖରୁ ଯୋଗ ଓ ଜିମ ଖୋଲିବ।
  • ସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀ ଓ ରୋଷ୍ଟର ଡ୍ୟୁଟିରେ ଚାଲିବ। ପ୍ରତି ଶନିବାର ସରକାରୀ ଅଫିସ ବନ୍ଦ ରହିବ।
  • ସେଲୁନ୍, ସ୍ପା, ବ୍ୟୁଟି ପାର୍ଲର କୋଭିଡ୍ ନିୟମ ପାଳନ କରି ଦୋକାନ ଖୋଲିପାରିବେ।
  • ସର୍ବସାଧାରଣରେ ପାନ, ଗୁଟ୍‌ଖା, ତମାଖୁ  ଓ ମଦ୍ୟପାନକୁ  ନିଷେଧ କରାଯାଇଛି।
  • ଅତ୍ୟାବଶ୍ୟକ ସାମଗ୍ରୀ, ଗ୍ୟାସ ପରିବହନ, ଚାଷ କାର୍ଯ୍ୟ, ଉଦ୍ୟାନ କୃଷି, ମତ୍ସ୍ୟ ଓ ପ୍ରାଣୀ ସଂପଦ, ଦୁଗ୍ଧ ଉତ୍ପାଦନ, ଖଣି ଉତ୍ତୋଳନ, ନିର୍ମାଣ କାର୍ଯ୍ୟ, ସେବା ଚାଲୁ ରହିବ।
  • ସ୍କୁଲ, କଲେଜ, ଅଙ୍ଗନବାଡି କେନ୍ଦ୍ର, ଧାର୍ମିକ ଅନୁଷ୍ଠାନ ଗୁଡିକ ବନ୍ଦ ରହିବ।
  • ସୁଇମିଂ ପୁଲ୍, ପାର୍କ, ସିନେମା ହଲ, ଆମୋଦ ପ୍ରମୋଦ ଉଦ୍ୟାନ, ଥିଏଟର, ସମ୍ମିଳନୀ, ରାଜନୈତିକ ସଭା, ଶିକ୍ଷା ସମାବେଶ, ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିବ।

କରୋନା ହଟସ୍ପଟ୍ ଜିଲ୍ଲା ଭାବେ ପରିଚିତ ଗଞ୍ଜାମ, ଖୋର୍ଧା, ଗଜପତି, କଟକ ଏବଂ ରାଉରକେଲା ମହାନଗର ନିଗମରେ ସପ୍ତାହିକ ଶେଷ ଦୁଇଦିନ ସଟ୍‌ଡାଉନ୍ ରହିବ।

FROM THE WEB

Share this: