Breaking Newsଓଡ଼ିଶା

କ’ଣ କଟକଣା ଜାରି ରହିଛି ଓ କ’ଣ ହେବ କ‌ୋହଳ ଅନଲକ୍-୨ ରେ …

Share this:

ଭୁବନେଶ୍ୱର : ରାଜ୍ୟସରକାରଙ୍କ ପକ୍ଷରୁ ଅନଲକ୍‌-୨ନେଇ ନୂତନ ଗାଇଡଲାଇନ ଜାରି କରାଯାଇଛି। ଆଜି  ମୁଖ୍ୟ ଶାସନ ସଚିବ  ଅସିତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ନୂତନ ଗାଇଡଲାଇନ ଜାରି କରିଛନ୍ତି।

ରାଜ୍ୟରେ ୫୦ହଜାର ଗ୍ରାମ ର କରୋନା ମୁକାବିଲା ପାଇଁ ଓଡ଼ିଶାର ଗ୍ରାମ୍ୟ କଲ୍ୟାଣ ସମିତିକୁ ୫୦କୋଟି ଟଙ୍କା ଦିଆଯାଇଛି। ଘରକୁ ଘର ବୁଲି ମନିଟରିଂ କରିବା ସହିତ ଲୋକମାନଙ୍କୁ ସଚେତନ କରାଯିବ। ପ୍ରତ୍ୟେକ ପଞ୍ଚାୟତରେ ଆଇସୋଲୋସନ୍ ବ୍ୟବସ୍ଥା ରହିବ‌। କୋଭିଡ କେୟାର ସେଣ୍ଟର ସ୍ଥାପନ କରାଯିବ ଓ ଦାୟିତ୍ୱରେ ସରପଞ୍ଚ ରହିବେ।

କରୋନା ସଂକ୍ରମଣ ସ୍ଥିତି ନେଇ ରାଜ୍ୟକୁ ୨ଟି ଜୋନରେ ବିଭକ୍ତ କରାଯାଇଛି। ଜୋନ୍‌-୧ରେ ୧୦ଟି ଜିଲ୍ଲା ଓ ଜୋନ୍‌-୨ ଅନ୍ୟସବୁ ଜିଲ୍ଲା ରହିଛି। ଜୁଲାଇ ମାସରେ ଜୋନ୍‌-୧ ରେ ଥିବା ଜିଲ୍ଲା ଗୁଡିକରେ ସପ୍ତାହିକ ସଟଡାଉନ୍‌ ଘୋଷଣା କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଝାରସୁଗୁଡ଼ା,କଟକ, ଯାଜପୁର, ଜଗତସିଂହପୁର, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଗଞ୍ଜାମ, ଗଜପତି, ଓ ଖୋର୍ଦ୍ଧା  ରହିଛି। ଅନୁମତି ନେଇ ବାହାଘର, ବ୍ରତଘର ଓ ଅନ୍ତିମ ସଂସ୍କାର ଆଦି କାର୍ଯ୍ୟ ସଟଡାଉନ୍‌ ବେଳେ କରିହେବ।

ପୂର୍ବ ପରି ରାତି ୯ରୁ ସକାଳ ୫ ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ। ଏହି ସମୟରେ  କେବଳ ଅତ୍ୟାବଶ୍ୟକ ସେବା ସହ ଜଡ଼ିତ ଲୋକ ଚଳାଚଳ କରିପାରିବେ।

ସେହିପରି , କ୍ରୀଡା, ମନୋରଞ୍ଜନ ଭିତ୍ତିକ ସମାବେଶ,ସାମାଜିକ ସମାବେଶ  ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ। ପୂର୍ବ ଭଳି ଜିମ୍‌, ସୁଇମିଂ ପୁଲ୍‌, ପାର୍କ, ବାର୍‌ ଆଦି ବନ୍ଦ ରହିବ। ମାସ୍କ ପିନ୍ଧିବା, ସାମାଜିକ ଦୂରତା ପାଳନ କରିବା ବାଧ୍ୟତାମୂଳକ। କେଉଁ ଅଞ୍ଚଳରେ ମଲ୍‌ ଖୋଲା ଯିବ କି ନାହିଁ ତାହା ସ୍ଥାନୀୟ ପ୍ରଶାସନ ନିର୍ଦ୍ଧାରିତ କରିବେ।

କଣ୍ଟେନମେଣ୍ଟ ଜୋନ୍‌ର ଘୋଷଣା ଜିଲ୍ଲା ପ୍ରଶାସନ ଙ୍କ ଉପରେ ନିର୍ଭର କରେ। କଣ୍ଟେନମେଣ୍ଟ ଜୋନ୍‌ରେ ଲକଡାଉନ୍‌ କଟକଣା କୁ କଡ଼ାକଡ଼ି କରାଯିବ।

ହୋଟେଲ ଓ ରେସ୍ତୋରାଁ ଖୋଲା ରହିବ। କିନ୍ତୁ କୌଣସି ଗ୍ରାହକ ଏଠାରେ ବସି ଖାଇ ପାରିବେ ନାହିଁ। କେବଳ ଘରକୁ ପାର୍ସଲ ନେଇ ପାରିବେ।

ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ କୋଚିଂ କେନ୍ଦ୍ର ଜୁଲାଇ  ୩୧ ଯାଏ ବନ୍ଦ ରହିବ।

ଆନ୍ତର୍ଜାତିକ ବିମାନ ସେବା ଓ ରେଳ ସେବା ବନ୍ଦ ରହିବ।

Share this: