Odisha Shutdown: ସାରା ରାଜ୍ୟରେ ଏଥର ପ୍ରତି ଶନିବାର ଓ ରବିବାର ସଟଡାଉନ

Share this:

ଭୁବନେଶ୍ଵର: ଯାହା ଆଶା କରାଯାଉଥିଲା ତାହାହିଁ ହେଲା। ରାଜ୍ୟକୁ ପୁଣି ଫେରିଛି ସପ୍ତାହନ୍ତ ସଟଡାଉନ୍। ସାରା ରାଜ୍ୟରେ ସପ୍ତାହାନ୍ତ ସଟ୍‌ଡାଉନ୍‌ (Shutdown) ଘୋଷଣା କଲେ ସ୍ଵତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା। ସବୁ ଶନିବାର ଓ ରବିବାର ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ସେହିପରି ରାଜ୍ୟର ସମସ୍ତ ସହରାଞ୍ଚଳ ଶନିବାର ଓ ରବିବାର ସଟ୍‌ଡାଉନ୍‌ ରହିବ। ଆସନ୍ତା ଶନିବାର ଓ ରବିବାରଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ସଟଡାଉନ୍ କଟକଣା ଜାରି ରହିବ ।

ଏହି ସମୟରେ ଲୋକମାନେ କୋଭିଡ଼ ନିୟମ ପାଳନ କରିବାକୁ ଏସଆରସି ପ୍ରଦୀପ ଜେନା ଅନୁରୋଧ କରିଛନ୍ତି। ଅନ୍ୟପଟେ ଏହି ସପ୍ତାହନ୍ତ ସଟଡାଉନ୍ ପାଇଁ କୌଣସି ନିର୍ଦ୍ଦିଷ୍ଟ ପାସ୍ ବ୍ୟବସ୍ଥା ରହିବ ନାହିଁ। ଅନୁମତି ଥିବା ବ୍ୟକ୍ତି ବିଶେଷମାନେ ସେମାନଙ୍କ ପରିଚୟ ପତ୍ର ଦେଖାଇ ଯାଆସ କରିପାରିବେ। ସେହିପରି ବାହାଘରରେ ସର୍ବମୋଟ ୫୦ ଜଣ ଲୋକ ଯୋଗ ଦେଇପାରିବେ। ଏଥିପାଇଁ ୨୪ ଘଣ୍ଟା ପୂର୍ବରୁ ପ୍ରଶାସନଠାରୁ ଅନୁମତି ଆଣିବାକୁ ପଡିବ ବୋଲି କୁହାଯାଇଛି। ସେହିପରି ବିବାହ ଶୋଭାଯାତ୍ରାକୁ ମଧ୍ୟ ଅନୁମତି ଦିଆଯାଇନି, ଯଦି କେହି ଏହାକୁ ଉଲ୍ଲଘଂନ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

[amazon_auto_links id=”10233″]

Also Read | Odisha Weather Report: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୬ ଜିଲ୍ଲାରେ କାଳବୈଶାଖୀ, ୟେଲୋ ୱାର୍ଣ୍ଣଂ ଜାରି

Share this: