School Reopens: ଆଜିଠାରୁ ସ୍କୁଲ ଯିବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ
ଭୁବନେଶ୍ୱର: Odisha School Reopens ଓଡ଼ିଶାରେ ଗତ ଫେବୃଆରୀ ୧୪ ତାରିଖରୁ ଖୋଲିଥିଲା ବିଦ୍ୟାଳୟ। କିନ୍ତୁ ଆଜି ସୋମବାରଠାରୁ ଛାତ୍ରଛାତ୍ରୀ ସ୍କୁଲ୍ ଆସିବେ। କରୋନା ସଂକ୍ରମଣ ବ୍ୟାପୀବାରୁ ପ୍ରାୟ ଦୀର୍ଘ ଦୁଇବର୍ଷ ପରେ ପ୍ରଥମରୁ ପଞ୍ଚମ ପିଲା ସ୍କୁଲ ଯିବେ। ଏହାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ କରୋନା କଟକଣା ମଧ୍ୟରେ ସୋମବାରଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ ସ୍କୁଲ ଖୋଲିବାକୁ ନେଇ ଶନିବାର ଅଭିଭାବକ ସମ୍ମିଳନୀ ହୋଇଥିଲା। ପ୍ରଥମ ସପ୍ତାହରେ ପାଠପଢ଼ା ହେବ ନାହିଁ। କେବଳ ବିଭିନ୍ନ ଆକ୍ଟିଭିଟିରେ ପିଲାଙ୍କୁ ସାମିଲ କରାଯିବ। ପ୍ରଥମରୁ ପଞ୍ଚମ ଛାତ୍ରଛାତ୍ରୀ ପ୍ରାୟ ଦୁଇବର୍ଷ ହେବ ଶ୍ରେଣୀଗୃହ ଶିକ୍ଷା ଗ୍ରହଣ କରିନାହାନ୍ତି। ଫଳରେ ସେମାନେ ମୌଳିକ ଜ୍ଞାନ ହରାଇଛନ୍ତି ବୋଲି ବିଭିନ୍ନ ସର୍ଭେ ତଥ୍ୟରୁ ଜଣାପଡିଛି। ତେଣୁ ସ୍କୁଲ ଖୋଲିବାର ପ୍ରଥମ ସପ୍ତାହରେ ହିଁ ପିଲାଙ୍କର ପାଠପଢ଼ା ହେବ ନାହିଁ। ପ୍ରଥମ ୬ଦିନ ପିଲାଙ୍କର ସୋସିଓ ଇମୋଶନାଲ୍ ଲର୍ଣ୍ଣିଂ ଉପରେ ଗୁରୁତ୍ୱ ଦିଆଯିବ। ଛାତ୍ରଛାତ୍ରୀଙ୍କୁ ଖେଳକୁଦ, ନାଚ, ଗୀତ, ବିଭିନ୍ନ ପ୍ରତିଯୋଗିତା ଆଦି ଆକ୍ଟିଭିଟି ମାଧ୍ୟମରେ ସ୍କୁଲ ସହିତ ଜଡ଼ିତ ରଖାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ପାଠପଢ଼ା ସୁବିଧା ପାଇଁ ସ୍ପେଶାଲ ପୁସ୍ତିକା ପ୍ରକାଶ କରାଯାଇ ସେମାନଙ୍କ ପାଠ୍ୟକ୍ରମରେ ସାମିଲ କରାଯିବ। ଏଥିପାଇଁ ଜିଲା ଓ ବ୍ଲକ ଶିକ୍ଷାଧିକାରୀମାନେ ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି। ଭୋଟ ସରିବା ପରେ ସ୍କୁଲ କ୍ୟାମ୍ପସକୁ ବିଶୋଧନ କରାଯାଇଛି। ପିଲାଙ୍କ ଉପସ୍ଥାନ ଯେପରି ବଢ଼ିବ ସେଥିପାଇଁ ଅଭିଭାବକଙ୍କ ସହ ଆଲୋଚନା ହୋଇଛି। ପିଲାଙ୍କ ସୁରକ୍ଷା ଆମର ପ୍ରଥମ କର୍ତ୍ତବ୍ୟ ରହିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ।
Read Also | Odisha Board Examination 2022: ବୋର୍ଡ଼ ଓ ପରିଷଦର ରିପୋର୍ଟ ପରେ ଦଶମ ଓ +2 ବୋର୍ଡ଼ ପରୀକ୍ଷା ପାଇଁ ନିଆଯିବ ନିଷ୍ପତ୍ତି