Breaking Newsଓଡ଼ିଶାଶିକ୍ଷା ଓ ନିଯୁକ୍ତି ଜୁଲାଇ ୨୯ରେ ଓଡ଼ିଶା ମାଟ୍ରିକ ପରୀକ୍ଷା ଫଳ;ଅଗଷ୍ଟରେ +୨ ରେଜଲ୍ଟ July 27, 2020 MahimaLive 16 Views Board of Secondary Education Odisha, BSE, cuttack, matric reult odisha, NEWS, odisha board, odisha board matric result, ODISHA NEWS, ଓଡ଼ିଶା, ଓଡ଼ିଶା ମାଟ୍ରିକ ରେଜଲ୍ଟ 0 min read Share this: ଭୁବନେଶ୍ଵର: ଆସନ୍ତା ଜୁଲାଇ ୨୯ ତାରିଖରେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ। ଏ ନେଇ ଆଜି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି ବୋର୍ଡ ୱେବସାଇଟ ଏବଂ ଏସଏମଏସ୍ ଜରିଆରେ ମାଟ୍ରିକ୍ ଫଳାଫଳ ଛାତ୍ରଛାତ୍ରୀ ଜାଣିପାରିବେ। ଏଥିସହିତ ଶ୍ରୀ ଦାଶ କହିଛନ୍ତି ଯେ ଅଗଷ୍ଟ ତୃତୀୟ ସପ୍ତାହ ସୁଦ୍ଧା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ। ସେହିପରି ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଫଳ ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ। ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି କହିଛନ୍ତି ଯେ ୨୯ ତାରିଖ ସକାଳ ସାଢେ ୯ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଫଳାଫଳ ପ୍ରକାଶିତ ହେବ। ସାଢେ ୧୧ଟା ପରେ bseodisha.ac.in ଓ bseodisha.nic.in ରେ ପରୀକ୍ଷା ଫଳ ଉପଲବ୍ଧ ହେବ। ଏହାଛଡ଼ା OR01(ରୋଲ୍ ନମ୍ବର)5676750କୁ ଏସଏମଏସ୍ କରିଲେ ପରୀକ୍ଷା ଫଳ ଜାଣି ହେବ। From The Web Share this: