ରାଜ୍ୟରେ ଆଜି ୨୭୮୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ,ମୋଟ ସୁସ୍ଥଙ୍କ ସଂଖ୍ୟା ଲକ୍ଷେ ପାର

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ୨୭୮୭ ଜଣ କରୋନା ଆକ୍ରାନ୍ତ (Covid- 19) ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ଲକ୍ଷ ୨ ହଜାର ୧୮୫ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ୧୧୪୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି, କଟକରୁ ୨୩୦ଜଣ,ପୁରୀ ରୁ ୧୯୨ ଜଣ ମୟୁରଭଞ୍ଜ ୧୫୩ ଜଣ, ଗଞ୍ଜାମ ଜିଲ୍ଲାରୁ ୧୧୫ ଜଣ, ବାଲେଶ୍ଵରରୁ ୭୮ ଜଣ , କେଉଁଝରରୁ ୭୬ଜଣ, ବରଗଡ଼ରୁ ୭୫ ଜଣ, ଯାଜପୁର ଓ କୋରାପୁଟ ରୁ ୬୮ଜଣ ଲେଖାଏଁ, ଜଗତସିଂପୁରରୁ ୬୪ ଜଣ, ସମ୍ବଲପୁରରୁ ୬୨ଜଣ, ଭଦ୍ରକରୁ ୫୪ ଜଣ, ଝାରସୁଗୁଡାରୁ ୫୦ ଜଣ, ନବରଙ୍ଗପୁରରୁ ୪୫ ଜଣ, ମାଲକାନଗିରି ଜିଲ୍ଲାରୁ ୪୧ ଜଣ, ସୋନପୁରରୁ ୩୬ ଜଣ , ଢେଙ୍କାନାଳରୁ ୩୫ଜଣ, ବଲାଙ୍ଗୀର ଓ କନ୍ଧମାଳରୁ ୨୮ ଜଣ ଲେଖାଏଁ, ନୂଆପଡ଼ାରୁ ୨୫ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୨୩ ଜଣ, କଳାହାଣ୍ଡି ଜିଲାରୁ ୧୮ଜଣ, ରାୟଗଡାରୁ ୧୮ ଜଣ, ଗଜପତିରୁ ୧୭ ଜଣ, କେନ୍ଦ୍ରାପଡାରୁ ୧୫ଜଣ, ନୟାଗଡରୁ ୧୨ ଜଣ, ଅନୁଗୋଳରୁ ୯ ଜଣ ଏବଂ ବୌଦ୍ଧରୁ ୭ ଜଣ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ଆଜି ୧୩ କରୋନାରେ ମୃତ୍ୟୁବରଣ କରିଛନ୍ତି। ମୋଟ ମୃତ୍ୟୁ ୫୬୯ କୁ ବୃଦ୍ଧି ହୋଇଛି।

Also Read:

ଓଡ଼ିଶାରେ ଆଜି ପୁଣି ୩୪୯୦ କରୋନା ପଜିଟିଭ ଚିହ୍ନଟ, ମୋଟ ୧,୩୧,୩୮୨ ଚିହ୍ନଟ

ଚଳିତ ସେପ୍ଟେମ୍ବରରେ ତୃତୀୟ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହେଉଛି

Share this: