Odisha Covid19: ଆଜି ୪,୩୫୬ ଜଣ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ

Share this:

ଭୁବନେଶ୍ଵର: ଦେଖୁ ଦେଖୁ କରୋନା ସଂକ୍ରମିତଙ୍କ ସଂଖ୍ୟା ଓଡ଼ିଶାରେ ୨ ଲକ୍ଷ ପାର ହୋଇଗଲା। ଓଡ଼ିଶାରେ କରୋନା (Corona Virus) ପଜିଟିଭ ସଂଖ୍ୟାର  ସ୍ଥିତି ଗଭୀର ଆଡକୁ ଯାଉଛି। ଗତ କିଛିଦିନ ଲଗାତାର  ଭାବରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୪ ହଜାରରୁ ଅଧିକ ରହୁଛି। ରାଜ୍ୟରେ ଆଜି ୪ ହଜାର ୩୫୬ ଜଣ କରୋନା (Covid-19) ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୨ହଜାର ୫୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୮୨୭ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Also read:Covid19 Cuttack: କଟକରେ ଘରୋଇ କରୋନା ପରୀକ୍ଷା ବନ୍ଦ

ଆଜି ୩୦ଟି ଜିଲାରୁ କୋଭିଡ଼-୧୯ (Covid-19) ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୯୦୨ ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୬୨ ଜଣ, କଟକରୁ ୪୦୯ ଜଣ, କନ୍ଧମାଳ ଜିଲ୍ଲାରୁ ୯୧ ଜଣ, କୋରାପୁଟରୁ ୮୨ ଜଣ, କେନ୍ଦ୍ରାପଡ଼ାରୁ ୧୧୯ ଜଣ, କେଉଁଝରରୁ ୫୫ ଜଣ ଓ କଳାହାଣ୍ଡିରୁ ୭୧ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୮୧ ଜଣ, ସୁନ୍ଦରଗଡ଼ରୁ ୧୦୧ ଜଣ ଓ ସୋନପୁର ଜିଲ୍ଲାରୁ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ୧୩୬ ଜଣ, ଜଗତସିଂହପୁରରୁ ୧୭୧ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୧୨୦ ଜଣ ସଂକ୍ରମିତ ହୋଇଛନ୍ତି।

ସେହିପରି ବରଗଡ଼ରୁ ୧୦୪ ଜଣ, ବାଲେଶ୍ଵରରୁ ୧୯୪ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୭୬ ଜଣ, ବୌଦ୍ଧରୁ ୪୯ ଜଣ ଏବଂ ଭଦ୍ରକରୁ ୧୨୪ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୨୦ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୧୬୮ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୫୧ ଜଣ, ନବରଙ୍ଗପୁରରୁ ୫୮ ଜଣ ଓ ନୂଆପଡ଼ାରୁ ୧୭୩ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଢେଙ୍କାନାଳରୁ ୮୪ ଜଣ, ଦେଓଗଡରୁ ୧୪ ଜଣ, ରାୟଗଡାରୁ ୧୨୧ ଜଣ, ଅନୁଗୋଳରୁ ୧୯୭ ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୧୫୩ ଜଣ ଏବଂ ମାଲକାନଗିରିରୁ ୨୮ ଜଣ ସଂକ୍ରମିତ ହୋଇଛନ୍ତି। ଏହା ସହିତ ଷ୍ଟେଟ୍ ପୁଲ (State Pool) ରୁ ୩୨୬ ଜଣ ସଂକ୍ରମଣ ହୋଇଛନ୍ତି ଯାହାକି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷ ରୁ ଏହି ସୂଚନା ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୩୦ ଲକ୍ଷ ୬୨ ହଜାର ୭୧୭ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୨ ଲକ୍ଷ ୫ ହଜାର ୪୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୯ ହଜାର ୧୮୪ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Also Read:

Covid19 Free Area: ଓଡ଼ିଶାରେ ଏମିତି ଏକ ସ୍ଥାନ ଅଛି ଯେଉଁଠି କରୋନା ଭୂତାଣୁ ପହଁଚିପାରିନି

LATEST DEALS ON SAMSUNG MOBILE PHONES CHECK OUT!!

Share this: