Breaking NewsCORONA UPDATESଓଡ଼ିଶା

Covid19 Odisha Updates: ଆଜି ପୁଣି ରାଜ୍ୟରେ ୪୨୦୯ କରୋନା ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ଓଡ଼ିଶାରେ କରୋନା ପଜିଟିଭ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି। ଆଜି ମଧ୍ୟ ସଂକ୍ରମିତଙ୍କ  ସଂଖ୍ୟା ୪ ହଜାରରୁ ଅଧିକ ରହିଛି। ରାଜ୍ୟରେ ଆଜି ପୁଣି ୪ ହଜାର ୨୦୯ ଜଣ କରୋନା (Covid-19) ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine)ରୁ ୨ହଜାର ୪୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts)ରୁ ୧୭୬୮ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୩୦ଟି ଜିଲାରୁ କୋଭିଡ଼-୧୯ (Covid-19) ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୬୩ ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୬୫ ଜଣ, କଟକରୁ ୪୯୧ ଜଣ, କନ୍ଧମାଳ ଜିଲ୍ଲାରୁ ୧୦୨ ଜଣ, କୋରାପୁଟରୁ ୧୧୪ ଜଣ, କେନ୍ଦ୍ରାପଡ଼ାରୁ ୧୨୩ ଜଣ, କେଉଁଝରରୁ ୭୨ ଜଣ ଓ କଳାହାଣ୍ଡିରୁ ୯୦ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୧୫୪ ଜଣ, ସୁନ୍ଦରଗଡ଼ରୁ ଜିଲ୍ଲାରୁ ୧୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ୧୭୬ ଜଣ, ଜଗତସିଂହପୁରରୁ ୧୪୬ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୮୦ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ବରଗଡ଼ରୁ ୧୧୬ ଜଣ, ବାଲେଶ୍ଵରରୁ ୧୮୩ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୭୮ ଜଣ, ବୌଦ୍ଧରୁ ୫୫ ଜଣ ଏବଂ ଭଦ୍ରକରୁ ୪୩ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୪୩ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୩୨୬ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୪୭ ଜଣ, ନବରଙ୍ଗପୁରରୁ ୧୦୨ ଜଣ ଓ ନୂଆପଡ଼ାରୁ ୫୨ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଢେଙ୍କାନାଳରୁ ୮୦ ଜଣ, ଦେଓଗଡରୁ ୨୩ ଜଣ, ରାୟଗଡାରୁ ୯୨ ଜଣ, ଅନୁଗୋଳରୁ ୧୦୯ ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୧୦୭ ଜଣ ଏବଂ ମାଲକାନଗିରିରୁ ୪୩ ସଂକ୍ରମିତ ହୋଇଛନ୍ତି। ଏହା ସହିତ ଷ୍ଟେଟ୍ ପୁଲ (State Pool) ରୁ ୨୧୦ ଜଣ ସଂକ୍ରମଣ ହୋଇଛନ୍ତି ଯାହାକି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷ ରୁ ଏହି ସୂଚନା ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨୭ ଲକ୍ଷ ୧୫ ହଜାର ୮୨୨ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧ଲକ୍ଷ ୭୫ ହଜାର ୫୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧ ଲକ୍ଷ ୩୭ ହଜାର ୫୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୭ ହଜାର ୨୩୯ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Also Read:

Corona Vaccine Update: ଆସନ୍ତା ଜାନୁଆରୀରେ କରୋନା ଟିକା ଭାରତରେ ମିଳିବ: ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ରାଜ୍ୟସଭାରେ ସୂଚନା

SBI ATM: ଟଙ୍କା ଉଠାଇବା ପାଇଁ ନୂଆ ନିୟମ,୧୦ ହଜାରରୁ ଅଧିକ ଟଙ୍କା ଉଠାଇବା ପାଇଁ ପାଖରେ ରଖନ୍ତୁ ମୋବାଇଲ

Share this: