ଆଜି ରାଜ୍ୟରେ ୨୮୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ,ମୋଟ ୭୦ ହଜାର ୭୧୪ ସୁସ୍ଥ
ଭୁବନେଶ୍ଵର:ରାଜ୍ୟରେ ଆଜି ଆଉ ୨୮୮୮ ଜଣ କରୋନା ( Covid -19 )ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୭୦ ହଜାର ୭୧୪ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।
ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ରାୟଗଡ଼ାରୁ ୪୮୭ଜଣ ,ଖୋର୍ଦ୍ଧା ଜିଲ୍ଲାରୁ ୪୧୦ ଜଣ,ଗଞ୍ଜାମ ଜିଲ୍ଲାରୁ ୨୧୭ ଜଣ, କଟକ ଜିଲ୍ଲାରୁ ୧୮୯ଜଣ, ବଲାଙ୍ଗୀରରୁ ୧୭୩ ଜଣ, କୋରାପୁଟରୁ ୧୫୧ ଜଣ,ମୟୁରଭଞ୍ଜ ରୁ ୧୪୪ ଜଣ, ନୟାଗଡରୁ ୧୩୮ଜଣ, ପୁରୀରୁ ୧୩୪ଜଣ, ବାଲେଶ୍ଵରରୁ ୧୨୩ ଜଣ,ସମ୍ବଲପୁରରୁ ୧୧୭ ଜଣ, ମାଲକାନଗିରି ଜିଲ୍ଲାରୁ ୮୧ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୭୮ ଜଣ, ନବରଙ୍ଗପୁରରୁ ୫୬ଜଣ, ଝାରସୁଗୁଡାରୁ ୫୫ଜଣ, ଭଦ୍ରକ ଜିଲ୍ଲାରୁ ୫୨ ଜଣ,ବରଗଡ଼ ରୁ ୫୧ ଜଣ, ଜଗତସିଂପୁରରୁ ୩୫ ଜଣ, ଢେଙ୍କାନାଳରୁ ୩୪ଜଣ, କଳାହାଣ୍ଡି ଜିଲାରୁ ୩୩ ଜଣ, ଗଜପତି ରୁ ୩୦ଜଣ, କେଉଁଝରରୁ ୨୯ଜଣ,କନ୍ଧମାଳରୁ ୨୧ଜଣ, ସୋନପୁରରୁ ୧୫ ଜଣ, କେନ୍ଦ୍ରାପଡାରୁ ୧୪ଜଣ,ବୌଦ୍ଧରୁ ୧୦ଜଣ,ଯାଜପୁର ଓ ଅନୁଗୋଳରୁ ୫ ଜଣ ଲେଖାଏଁ ଏବଂ ଦେଓଗଡରୁ ଜଣେ ସୁସ୍ଥ ହୋଇଛନ୍ତି।
Also Read: